www.samajalive.in
Monday, December 8, 2025
14.1 C
Bhubaneswar

ବିଜୟ ଦିବସ: ଭାରତର ଐତିହାସିକ ବିଜୟ ସହ ବାଂଲାଦେଶର ଜନ୍ମ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

୧୯୭୧ ମସିହା ଡିସେମ୍ବର ୩ରୁ ଆରମ୍ଭ ହୋଇ ଦୀର୍ଘ ୧୩ ଦିନ ଯାଏ ଚାଲିଥିବା ଇଣ୍ଡୋ-ପାକ୍‍ ଯୁଦ୍ଧରେ ପାକ୍‍ ସେନାକୁ ପରାସ୍ତ କରି ଡିସେମ୍ବର ୧୬ ତାରିଖରେ ବିଜୟ ହାସଲ କରିଥିଲା ଭାରତୀୟ ସେନା। ସେହିଦିନଠାରୁ ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି। ତେବେ ଏହି ଯୁଦ୍ଧ କାହିଁକି ହୋଇଥିଲା? ଏ ନେଇ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର କାରଣ ଓ ଫଳାଫଳ ବିଷୟରେ-

୧୯୭୧ ମସିହା ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା । ଯାହାକୁ ‘ପୂର୍ବ ପାକିସ୍ତାନ’ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର ପାକିସ୍ତାନକୁ ‘ପଶ୍ଚିମ ପାକିସ୍ତାନ’ କୁହାଯାଉଥିଲା। ‘ପୂର୍ବ ପାକିସ୍ତାନ’ର ଲୋକମାନେ ବର୍ଷ ବର୍ଷ ଧରି ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଲୋକଙ୍କୁ ମାଡ ଦିଆଯାଉଥିଲା, ଶୋଷଣ କରାଯାଉଥିଲା, ଦୁଷ୍କର୍ମ ସହ ହତ୍ୟା ମଧ୍ୟ କରାଯାଉଥିଲା। ଏହି ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ପଣ କରି ଆଗେଇ ଆସିଥିଲା।

- Advertisement -

୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନ ସେନାଙ୍କର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପ୍ରାୟ ୧ କୋଟି ବାଂଲାଦେଶୀ ପୂର୍ବ ଭାରତରେ ଥିବା ସେମାନଙ୍କ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଶରଣ ନେବା ପାଇଁ ଆସିଥିଲେ। ଏହି ବଙ୍ଗୀୟ ଶରଣାର୍ଥୀଙ୍କ ଆଶ୍ରୟ ଦେବା ପାଇଁ ଭାରତ ସରକାର ପୂର୍ବରେ ଥିବା ଭାରତ-ପାକିସ୍ତାନ ସୀମା କୁ ଖୋଲି ଦେଇଥିଲେ। ପଶ୍ଚିମବଙ୍ଗ, ବିହାର, ଆସାମ, ମେଘାଳୟ ଏବଂ ତ୍ରିପୁରା ସରକାର ଶରଣାର୍ଥୀମାନଙ୍କ ପାଇଁ ଶିବିର ପ୍ରତିଷ୍ଠା କରି ଶରଣ ଦେଇଥିଲେ। ଏହି ଅତ୍ୟାଚାର ବିଷୟରେ ଭାରତ ଅନ୍ୟ ଦେଶମାନଙ୍କୁ ଜଣାଇ ସେମାନଙ୍କ ସହଯୋଗ ଲୋଡ଼ିଥିଲା, ମାତ୍ର ସେମାନେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ।

୨୭ ମାର୍ଚ୍ଚ ୧୯୭୧ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ସ୍ୱାଧୀନତା ଦେବାକୁ ଏବଂ ଶରଣାର୍ଥୀଙ୍କୁ ରକ୍ଷା କରିବା ପାଇଁ ପାକିସ୍ତାନ ସହ ଯୁଦ୍ଧ କରିବାକୁ ନିଷ୍ପତି ନେଇ ଥିଲେ। ୩ ଡ଼ିସେମ୍ବର ୧୯୭୧ ରେ ପାକିସ୍ତାନ ପକ୍ଷରୁ ପ୍ରାଥମିକ ଯୁଦ୍ଧ ଘୋଷଣା କରାଯାଇଥିଲା। ଏହି ଦିନ ସନ୍ଧ୍ୟା ପ୍ରାୟ ୫:୪୦ ସମୟରେ ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏୟାରଫିଲ୍ଡ ଉପରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ସେହି ଦିନ ରାତିରେ ପ୍ରତ୍ୟୁତ୍ତରରେ ଭାରତ ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରି ଏହାର ଜବାବ ଦେଇଥିଲା। ପରଦିନ ପ୍ରଧାନମନ୍ତ୍ରୀ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। ୪/୫ ଡିସେମ୍ବର ରାତିରେ କରାଚିର ଏକ ବନ୍ଦର ଉପରେ ଭାରତୀୟ ନୌସେନା ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ପାକିସ୍ତାନୀ ନୌବାହିନୀ ଭାରତର ଏକ ଜାହାଜ ଉପରେ ଆକ୍ରମଣ କରି ଜାହାଜକୁ ପାଣିରେ ବୁଡ଼େଇ ଦେଇଥିଲେ। ୮/୯ ଡିସେମ୍ବର ରାତିରେ କରାଚିର ଆଉ ଏକ ବନ୍ଦର ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଭାରତ ଓ ପାକିସ୍ତାନ ଉଭୟର ବହୁତ କ୍ଷୟ କ୍ଷତି ହୋଇଥିଲା। କିନ୍ତୁ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲା।

ଡିସେମ୍ବର ୧୬ରେ ପ୍ରାୟ ୯୩,୦୦୦ ପାକିସ୍ତାନୀ ସୈନିକଙ୍କ ଆତ୍ମସମର୍ପଣ ପରେ ଏହି ଯୁଦ୍ଧର ସମାପ୍ତି ହୋଇଥିଲା। ଏହି ଯୁଦ୍ଧର ସମାପ୍ତି ସହିତ ବାଂଲାଦେଶ ନାମରେ ଏକ ନୂତନ ଦେଶର ନିର୍ମାଣ ହୋଇଥିଲା।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories