ଆୟ ବହିର୍ଭୂତ ସମ୍ପତ୍ତି ଠାବ. ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ଗିରଫ
ରାଜ୍ୟ ବାହାର ସଂସ୍ଥାରେ ଅର୍ଥ ନିବେଶ ସନ୍ଦେହ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି। ଭୁବନେଶ୍ବର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ ପକ୍ଷରୁ ତଲାସୀ ନିର୍ଦେଶ ବଳରେ ଗୁରୁବାର ଶ୍ରୀ ପୃଷ୍ଟିଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଇଥିଲା। ଏଠାରେ ଆେୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧୀକ୍ଷକ ଏମ. ରାଧାକ୍ରିଷ୍ଣନ ସୂଚନା େଦଇ କହିଛନ୍ତି େଯ ଶ୍ରୀ ପୃଷ୍ଟିଙ୍କ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ପଟିଆସ୍ଥିତ ବାସଭବନ, ଜାଗମରା ଜଗମୋହନ ନଗର, ଖଣ୍ଡଗିରିସ୍ଥିତ ଦୋକାନ ଘର, ନୂଆପଲୀରେ ରହୁଥିବା ସମ୍ପର୍କୀୟଙ୍କ ବାସଭବନ, ବ୍ରହ୍ମପୁର ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡାସ୍ଥିତ ପୈତୃକ ବାସଭବନରେ ଚଢଉ କରାଯାଇଥିଲା। ଚଢଉ ବେଳେ ଶ୍ରୀ ପୃଷ୍ଟିଙ୍କର ଭୁବନେଶ୍ୱର ପଟିଆରେ େଗାଟିଏ ଫ୍ଲାଟ, ପୁରୀ ଶ୍ରୀେକ୍ଷତ୍ର ଭକ୍ତନିବାସରେ ଫ୍ଲାଟ (ଯାହାର ମୂଲ୍ୟ ୧ େକାଟିରୁ ଅଧିକ) ଓ ଫୁଲନଖରାସ୍ଥିତ ଗ୍ରାଣ୍ଡ ଆବାସରେ ଲେଖାଏ ଫ୍ଲାଟ (୬୦ଲକ୍ଷ) ଠାବ କରାଯାଇଥିଲା। ସେହିପରି ଖଣ୍ଡଗିରି ବାରଭୂଜା ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ଦୋକାନ ଘର ଥିଲା ବେଳେ େଗାଟିଏ କାର ଓ ୩ଟି େମାଟରସାଇକଲ ଅଛି। ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୩ଟି ବାସପଯୋଗୀ ଜମି ଥିଲା ବେଳେ ଯାହାର ବଜାର ମୂଲ୍ୟ ଏକ େକାଟିରୁ ଅଧିକ େହବ। ମାତ୍ର ପଞ୍ଜିକରଣ େବଳେ ପ୍ରକୃତ ମୂଲ୍ୟଠାରୁ ବହୁତ କମ ଦର୍ଶାଯାଇଥିବାରୁ ଏ େନଇ ଦୁର୍ନୀତି ନିବାରଣ ବିଭାଗର ଏକ ସ୍ବତନ୍ତ୍ର ଦଳ ଏହାର ତଦନ୍ତ କରୁଛି। ବ୍ୟାଙ୍କ ଖାତା, ବୀମା ସଂସ୍ଥାରେ ୮୯.୪୬ଲକ୍ଷ ଟଙ୍କାର ଜମା କରିଥିବା ବେଳେ ୩୫୫ ଗ୍ରାମର ସୁନା ଗହଣା ଓ ୬୯୨ ଗ୍ରାମର ରୂପା ଗହଣା ଠାବ େହାଇଛି। ଏହାଛଡା ଶ୍ରୀ ପୃଷ୍ଟି ରାଜ୍ୟ ବାହାରେ ରିଅଲ ଇଷ୍ଟେଟ ସଂସ୍ଥାରେ ଅର୍ଥ ନିବେଶ କରିଥିବା ସୂଚନା ମିଳିଛି। ତାଙ୍କର ବହୁ ବେନାମୀ ସମ୍ପତ୍ତି ଥିବା େନଇ ମଧ୍ୟ ସନ୍ଦେହ କରାଯାଉଛି। ଏହାର ତଦନ୍ତ ଚାଲିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା େଦଇଛନ୍ତି। ଏହାଛଡା ଚଢଉ େବଳେ ଜବତ କରାଯାଇଥିବା ବ୍ୟାଙ୍କ ଖାତା ବିବରଣୀକୁ ଦୁର୍ନୀତି ନିବାରଣ ବିଭାଗର ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ପରାମର୍ଶଦାତାଙ୍କ ଦ୍ବାରା ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଶ୍ରୀ ପୃଷ୍ଟିଙ୍କର ୨ େକାଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଏହାର ପରିମାଣର ଆହୁରି ବୃଦ୍ଧି େହବାର ସମ୍ଭାବନା ରହିଛି।
Comments are closed.