www.samajalive.in
Saturday, December 6, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ କନିଷ୍ଠ ଅଧିକାରୀ

ବୁଗୁଡା : ଫେବୃୟାରୀ ୧୯ ତାରିଖ ଦିବା ୧୦ ଘଣ୍ଟା ସମୟରେ ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ଜଣେ ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ବଗିଚାରେ ବୁଗୁଡା ଉଦ୍ୟାନ ବିଭାଗର କନିଷ୍ଠ ଅଧିକାରୀ ଉମା ଚରଣ ବେହେରା ଚାଷୀ ଶ୍ରୀ ପାତ୍ରଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଚାଷୀମାନଙ୍କୁ ମିଳିଥିବା ସରକାରୀ ପ୍ରୋତ୍ସାହନ ରାଶିରେ ସିଙ୍ଗଲ ଲାଇନ୍ ଟ୍ରଲି ୧୨୫୦୦ ଟଙ୍କାରେ ନିର୍ମିତ କରିବା ପାଇଁ ପ୍ରତ୍ୟେକ ଚାଷୀଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍୨୬ ହଜାର ଟଙ୍କା ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ଗ୍ରହଣ କରିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଡ଼ି.ଏସ.ପି. ଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ କର୍ମଚାରୀ ବୃନ୍ଦ ଚଢ଼ଉ କରି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏହାପରେ ଶ୍ରୀ ବେହେରାଙ୍କୁ ନେଇ ଭିଜିଲାନ୍ସ ଟିମ ଭଞ୍ଜନଗର ଲଣ୍ଡେଇସାହିର ନିଜ ଘରକୁ ନେଇ ଚଢ଼ଉ ଜାରି ରଖିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories