www.samajalive.in
Saturday, December 6, 2025
14.1 C
Bhubaneswar

ଗୋପାଳପୁରରେ ମାଘ ସପ୍ତମୀ ବୁଡ଼, ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ସହ ସମୁଦ୍ରରେ ସ୍ନାନ କଲେ ଶ୍ରଦ୍ଧାଳୁ

ଗୋପାଳପୁର: ପବିତ୍ର ମାଘ ସପ୍ତମୀ ବୁଡ଼ ପାଳନ ଅବସରରେ ଗୋପାଳପୁର ବେଳାଭୂମିରେ ପ୍ରାୟ ୩ ହାଜରରୁ ଊର୍ଦ୍ଧ ଭକ୍ତଙ୍କ ସମାଗମ ହେବା ସହ ସମୁଦ୍ରରେ ବୁଡ଼ ପକାଇ ସୂର୍ୟ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆଶାତୀତ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ସୂ​‌େ​‌ର୍ୟ୍ୟାଦୟ ପୂର୍ବରୁ ସମୁଦ୍ରରେ ସ୍ନାନ କରିବା ସହ ଉଦିତ ସୂର୍ୟ୍ୟ ଦେବତାଙ୍କୁ ଦର୍ଶନ ସହ ଦୀପ ଧୂପ ଓ ହୁଳହୁଳି ଦେଇ ପୁଜା କରିଥଲେ। ସକାଳ ୬.୨୩ ମିନଟରେ ସୂର୍ଯ୍ୟ ଉଦୟ ହୋଇଥିବା ବେଳେ ବେଳାଭୂମି ଶ୍ରଦ୍ଧାଳୁମାନଙ୍କ ହୁଳହୁଳି ଓ ପୂଜାର୍ଚ୍ଚନା ପ୍ରକମ୍ପିତ ହୋଇଥିଲା। ଶାନ୍ତି ଶୃଂଖଳା ରକ୍ଷା ନିମନ୍ତେ ଗୋପାଳପୁର ପୁଲିସ ପକ୍ଷରୁ ଏକ ସେକ୍ସନ ପୁଲିସ୍ ଫୋର୍ସ ଏବଂ ଲାଇଫ ଗାର୍ଡଙ୍କୁ ବେଳାଭୂମିରେ ନିୟୋଜିତ କରାଯାଇଥିଲା ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅଷ୍ଟ ପ୍ରହର ନାମ ଯଜ୍ଞର ଆୟୋଜନ କରାଯିବା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିରେ ତାରିଣୀ ସାହୁ, ବିନୋଦ ଦାଶ, ପଞ୍ଚୁ ବେହେରା, ହରି ସାହୁ, ରାଜୁ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories