www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ସ୍ତରୀୟ ମା ଚର୍ଚ୍ଚିକା ଭଳିବଲ ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିୟନ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଠାରେ ମା ଚର୍ଚ୍ଚିକା କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚମ ଦିବାରାତ୍ର ମା ଚର୍ଚ୍ଚିକା ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଭାଗ ନେଇଥିବା ବେଳେ ରାଉଣ୍ଡ ଲିଗ ପର୍ଯ୍ୟାୟରେ ଖେଳ କରା ଯାଇଥିଲା। ସ୍ପୋର୍ଟ୍ସ ହଷ୍ଟେଲ ଭୁବନେଶ୍ୱର ଓ ତ୍ରିବେଣୀ ମାଇନ୍ସ ଯୋଡ଼ା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ପୋର୍ଟ୍ସ ହଷ୍ଟେଲ ୩/୦ସେଟରେ ତ୍ରିବେଣି ମାଇନ୍ସକୁ ପରାସ୍ତ କରି ଚମ୍ପିୟାନ ହୋଇଛି।


ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟା କମଳିନୀ ଦଣ୍ଡପାଟ, ସମ୍ମାନିତ ଅତିଥି ଭାବେ ପୁରିଯୋଡ଼ା ସରପଞ୍ଚ ପରମେଶ୍ବର ମୁଣ୍ଡା, ସମିତି ସଭ୍ୟା କୁମଦିନି ନାୟକ, କାଳିଆହତା ସରପଞ୍ଚ ବାଦୀଲାଲ ପୂର୍ତ୍ତି, ସମିତି ସଭ୍ୟା ବାସନ୍ତୀ ଆଳତା, ବଳଭଦ୍ରପୁର ସରପଞ୍ଚ ଦୀନବନ୍ଧୁ ପିଙ୍ଗୁଆ, ସମିତି ସଭ୍ୟା ସତ୍ୟଭାମା ସିଂ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମଳା ଥମ୍ବ, ବିଦ୍ୟାଧର ରାଉଳ, ପିତାମ୍ବର ଦଳେଇ, ଅକ୍ଷୟ କୁମାର ଥମ୍ବ, ମହେନ୍ଦ୍ର ନାୟକ, ଲକ୍ଷ୍ମଣ ପୂର୍ତ୍ତୀ, ମଧୁସୂଦନ ବାରିକ, ଗଣେଶ୍ୱର ପାତ୍ର ପ୍ରମୁଖ ସାମିଲ ହୋଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ। ରେଫରୀ ଭାବେ ନିରଞ୍ଜନ ନାୟକ, କଳାକର ସାମଲ, ସୁଦର୍ଶନ ସେଠୀ ଓ ଗଗନ ବିହାରି ପରିଡ଼ା ଖେଳ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ମା ଚର୍ଚ୍ଚିକା କ୍ଲବର ସଭାପତି ଅନନ୍ତ କୁମାର ଥମ୍ବ, ସମ୍ପାଦକ ମନୋଜ କୁମାର ନାହାକ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories