ଅନୁଗୁଳ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳର ଜିଲା ଅନ୍ତର୍ଗତ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ବୁଧବାର ଜଣାପଡ଼ିଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସ ଭବନ ସମେତ କାର୍ଯ୍ୟାଳୟ, ପେତୃକ ଘରେ ଚଢାଉ ଜାରି ରହିଛି। ଏହାସହ କଟକ ନିଆଳି ସିଠାଳୋସ୍ଥିତ ପୈତୃକ ବାସନ, ଶ୍ୱଶୁରଘର ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଉଛି। ତେବେ ଚଢାଉ ଜାରି ରହିଥିବାରୁ ଏଯାତବ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Popular Categories



