ଭୁବନେଶ୍ବର: ରବିବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ସମ୍ମାନ ଏବଂ ସୁରକ୍ଷା ସହିତ ପଞ୍ଜୀକରଣ ପରେ ଓଡ଼ିଶା ଫେରାଇ ଦେବା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଅନୁରୋଧ କରିଛନ୍ତି। ସେମାନେ ଓଡ଼ିଶାରେ ପହଞ୍ଚିବା ପରେ କ୍ୱାରାଣ୍ଟାଇନ୍ରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇବେ। ଏହି ଆଲୋଚନରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଦିଲ୍ଲୀରୁ ଯୋଗ ଦେଇଥିଲେ ଏବଂ ସେ ମଧ୍ୟ ଓଡ଼ିଆ ଭାଇଭଉଣୀମାନଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟ ଏକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ମହାରାଷ୍ଟ୍ରରେ କାମ କରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ନିରାପଦ ଓ ଶୃଙ୍ଖଳିତ ଭାବରେ ଓଡ଼ିଶା ଫେରାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ। ସେମାନେ ଓଡ଼ିଶାରେ ପହଞ୍ଚିବା ପରେ କ୍ୱାରାଣ୍ଟାଇନ୍ରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇବେ। ଏହି ଆଲୋଚନରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଦିଲ୍ଲୀରୁ ଯୋଗ ଦେଇଥିଲେ ଏବଂ ସେ ମଧ୍ୟ ଓଡ଼ିଆ ଭାଇଭଉଣୀମାନଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।



