www.samajalive.in
Saturday, December 13, 2025
26.1 C
Bhubaneswar

ଜନ୍ମଦିନ ଉତ୍ସବରେ ନିଜ ବନ୍ଧୁକରୁ ଫୁଟିଲା ଗୁଳି, ଆମେରିକାରେ ଭାରତୀୟ ଛାତ୍ର ମୃତ

ସମାଜ ଡିଜିଟାଲ ଡେସ୍କ: ଜନ୍ମଦିନ ଉତ୍ସବ ଚାଲିଥିବାବେଳେ ଭୁଲବଶତ ନିଜ ବନ୍ଧୁକରୁ ଫୁଟିଗଲା ଗୁଳି। ଏଥିରେ ପ୍ରାଣ ହରାଇଛନ୍ତି ଜଣେ ଭାରତୀୟ ଛାତ୍ର। ଆମେରିକାରେ ଏହି ଘଟଣା ଘଟିଛି।

ଛାତ୍ର ଜଣକ ହେଲେ ତେଲଙ୍ଗାନା ଅନ୍ତର୍ଗତ ଉପ୍ପଲ ଅଞ୍ଚଳର ୨୩ ବର୍ଷୀୟ ଆରୟନ ରେଡ୍ଡୀ। ସେ ଜର୍ଜିଆ ବିଶ୍ଵବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିଲେ। ପୁଲିସ ସୂଚନା ଅନୁସାରେ, ଆରୟନ ନିଜ ସାଙ୍ଗମାନଙ୍କ ସହିତ ଜନ୍ମଦିନ ଉତ୍ସବ ପାଳନ ସମୟରେ ପାଖରେ ରଖିଥିବା ବନ୍ଧୁକକୁ ଧରିଥିଲେ। ଭୁଲକ୍ରମେ ତାହା ଫୁଟି ଯିବା ସହିତ ଆରୟନଙ୍କ ଶରୀରରେ ଗୁଳି ବାଜିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆରୟନ ପଶୁ ଶିକାର ପାଇଁ ସେଠାରେ ବନ୍ଧୁକ ଲାଇସେନ୍ସ ନେଇଥିଲେ।

- Advertisement -

ଆରୟନଙ୍କ ବାପା ସୁଦର୍ଶନ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ଅନ୍ୟ ଅଭିଭାବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନେ ପାଠ ପଢ଼ିବାକୁ ଯାଇ କିପରି ଅବାଟକୁ ଯାଉଛନ୍ତି ତାହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଆରୟନ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପାଖରେ ରଖିଥିବା ନେଇ ସେ ଅବଗତ ନ ଥିଲେ ବୋଲି ସୁଦର୍ଶନ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories