ମୁମ୍ବଇ : ‘ଉରୀ’ ଚଳଚ୍ଚିତ୍ରରୁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଭିକି କୌଶଲଙ୍କୁ ଖୁବଶୀଘ୍ର ଅଶ୍ୱତ୍ଥମା ଭୂମିକାରେ ଦେଖିବାକୁ ମିଳିବ। ମହାଭାରତର ବିଶେଷ ଚରିତ୍ର ଅଶ୍ୱତ୍ଥମାଙ୍କ ଉପରେ ‘ଉରୀ’ ନିର୍ଦ୍ଦେଶକ ଆଦିତ୍ୟ ଧର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ପୁଣିଥରେ ଭିକିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ନିର୍ଦ୍ଦେଶକ ଆଦିତ୍ୟ ଧର ଏହି ଚଳଚ୍ଚିତ୍ରର କାହାଣୀ ଉପରେ ଦୀର୍ଘଦିନ ଧରି କାମ ଚଳାଇଛନ୍ତି। ଏହାର ଶୁଟିଂ କାର୍ୟ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହାକୁ ଆସନ୍ତା ବର୍ଷ ମଧ୍ୟ ଭାଗରେ ମୁକ୍ତିଲାଭ କରିବାକୁ ନିର୍ମାତା ଲକ୍ଷ୍ୟ ରଖିଛନ୍ତି।
Popular Categories



