www.samajalive.in
Sunday, December 7, 2025
14.1 C
Bhubaneswar

ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

ସାଧାରଣତଃ ଦେଖାଯାଏ ଘରେ ଏଭଳି କେତେକ ଜିନିଷ ରହିଛି, ଯାହାର ବ୍ୟବହାର ଖୁବ୍ କମ୍ ହୋଇଥାଏ। ମାତ୍ର ବର୍ଷ ବର୍ଷ ଧରି ଏହାକୁ ଘରେ ରଖାଯାଏ। ମାତ୍ର ସେଭଳି କିଛି ଜିନିଷ ସିଧାସଳଖ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ଜୀବନରେ ସମସ୍ୟା ଲାଗି ରହିଥାଏ।

ଘରକୁ ସୁରକ୍ଷା ଦେବା ପାଇଁ ତାଲାର ପ୍ରୟୋଗ କରାଯାଏ। ମାତ୍ର ଘରେ ଏପରି କିଛି ତାଲା ଥାଏ, ଯାହାର ଚାବି ହଜିଯାଏ। ଏହାପରେ ତାଲା ସଠିକ୍ ଭାବେ କାମ କରିନଥାଏ। ତାଲା ଭାଗ୍ୟ ଉପରେ ଶୁଭ ପ୍ରଭାବ ପକାଏ ବୋଲି ମାନ୍ୟତା ରହିଛି। ଭାଗ୍ୟ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ। ଘରେ ଏପରି ତାଲା ଆଦୌ ରଖନ୍ତୁ ନାହିଁ ଯାହାର ଚାବି ହଜି ଯାଇଛି। ଯେଉଁ ତାଲା ଖରାପ ହୋଇ ଯାଇଛି, ତାହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ। ଏଭଳି ବନ୍ଦ ଓ ଖରାପ ତାଲା ଘରେ ରହିଲେ ମାନେ କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା ସହ ସଫଳତା ମିଳି ପାରିନଥାଏ। ଚାକିରି ମିଳିବାରେ ବିଳମ୍ବ ହୋଇଥାଏ।

ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..

- Advertisement -

ବନ୍ଦ ତାଲା ଘରର ଅବିବାହିତ ଯୁବକ ଯୁବତୀଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ବିବାହରେ ନାନାଦି ସମସ୍ୟା ଦେଖାଯିବା ସହ ବିଳମ୍ବ ହୋଇଥାଏ। ବାରମ୍ବାର ବିବାହ ଭାଙ୍ଗି ଥାଏ। ପୁରୁଣା ଓ ବନ୍ଦ ତାଲା ଭାଗ୍ୟକୁ ବନ୍ଦ କରିବା ସହ ହାତକୁ ମିଳିବାକୁ ଥିବା ସଫଳତା ମଧ୍ୟ ପଳାଇଥାଏ। ତେଣୁ ଭୁଲରେ ମଧ୍ୟ ଘରେ ବନ୍ଦ କିମ୍ବା ଖରାପ ତାଲା ରଖନ୍ତୁ ନାହିଁ।

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

ସେହିପରି ପୁରୁଣା ଜୋତା ଚପଲ ମଧ୍ୟ ଦୁର୍ଭାଗ୍ୟକୁ ଡାକି ଆଣିଥାଏ। ଜୋତା ଚପଲ ଅଧିକ ପୁରୁଣା ହୋଇଗଲେ କିମ୍ବା ବ୍ୟବହାର ଉପଯୋଗୀ ନ ରହିଲେ ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ସବୁବେଳେ ଅସଫଳତା ମିଳିବା ସହ ଜୀବନରେ ସମସ୍ୟା ଲାଗି ରହିଥାଏ।

ଜୋତାଚପଲ ସମ୍ବନ୍ଧ ସଂଘର୍ଷ ସହ ରହିଥାଏ। ତେଣୁ ଯେଉଁ ଜୋତାଚପଲ ବ୍ୟବହାର କରୁ ନାହାଁନ୍ତି ଏହାକୁ ଘରେ ରଖନ୍ତୁ ନାହିଁ। ଏହାକୁ ଶନିବାର ଦିନ ଘରୁ କାଢି ଦିଅନ୍ତୁ।

ଜୁନ୍ ୨୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ଖୋଲିବ ବନ୍ଦ ଭାଗ୍ୟର ତାଲା..

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories