ପଢା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ

ଭଗବାନ ଗଣେଶଙ୍କୁ ବିଘ୍ନବିନାଶକ କୁହାଯାଇଥାଏ। ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ୟ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ ହୋଇଥାଏ।
ଗଣେଶ ମୂର୍ତ୍ତି ସ୍ଥାପନ କରିବାର ନିୟମ
ପୂଜା ଘରେ ଗଣେଶଙ୍କର ତିନୋଟି ମୂର୍ତ୍ତି ଏକାସହ ରଖନ୍ତୁ ନାହିଁ।
ଗଣେଶଙ୍କର ଏପରି ମୂର୍ତ୍ତି ଘରେ ରଖନ୍ତୁ ଯାହା ଦ୍ୱାରା ଘରର ସୁଖ ବଜାୟ ରହିବ।
ମୂର୍ତ୍ତିର ଉଚ୍ଚତା ୧୨ଇଞ୍ଚରୁ ଅଧିକ ହୋଇ ନ ଥିବା ଦରକାର।
ପିତ ରଙ୍ଗର ଗଣେଶ ମୂର୍ତ୍ତି ଅତ୍ୟନ୍ତ ଭଲ ଅଟେ।
ଗଣେଶଙ୍କୁ କେବେ ବି ତୁଳସୀ ଅର୍ପଣ କରନ୍ତୁ ନାହିଁ।
ବାସ୍ତୁ ଦୋଷ କିପରି ଦୂର ହୋଇଥାଏ??
ଛୁଆଙ୍କ ପଢ଼ିବା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ଗୋଟିଏ ଘରେ କେବଳ ଗୋଟିଏ ମାତ୍ର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ଶୋଇବା ଘରେ କେବେ ବି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।
ଘରର ମୁଖ୍ୟ ଦ୍ୱାରରେ ଭିତରକୁ ମୁହଁ କରିଥିବା ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ପୂଜା ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ।
ଘରେ ଗଣେଶଙ୍କ ଅନେକ ମୂର୍ତ୍ତି ରଖିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ଓଁ ଲେଖି ଦିଅନ୍ତୁ।
ଭଗବାନ ଗଣେଶଙ୍କର ସବୁଜ ରଙ୍ଗର ମୂର୍ତ୍ତିକୁ ଉତ୍ତର ଦିଗରେ ସ୍ଥାପନା କରନ୍ତୁ।
ନିୟମିତ ୧୧ ଟି ସବୁଜ ଦୁବ ଗଣେଶଙ୍କୁ ଅର୍ପଣ କରନ୍ତୁ।
ଏହା ପରେ ‘ଓଁ ନମୋ ଭଗବତେ ଗଜାନନାୟ’ ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ। ଏହା ପରେ ଏହି ଭୋଗକୁ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ଏହି ଉପାୟ ନିୟମିତ ୧୧ ଦିନ କରନ୍ତୁ।
ଅଯଥା ଧନ ଖର୍ଚ୍ଚ ହେଉଥିଲେ କରନ୍ତୁ ଏହି ଉପାୟ –
ଗଣେଶଙ୍କ ହଳଦିଆ ରଙ୍ଗର ମୂର୍ତ୍ତିକୁ ପୂର୍ବ ଦିଗରେ ସ୍ଥାପନ କରନ୍ତୁ।
ସବୁଜ ଦୁବ ଅର୍ପଣ ସହ ଧୂପଦୀପ ଅର୍ପଣ କରନ୍ତୁ।
ନିୟମିତ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ।
ଗଣେଶଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ଏହି ଉପାୟ ନିୟମିତ ୨୭ ଦିନ ପର୍ୟ୍ୟନ୍ତ କରନ୍ତୁ।

Comments are closed.