www.samajalive.in
Friday, December 5, 2025
17.1 C
Bhubaneswar

ବରୁଣଙ୍କ ନୂଆ ପରିଚୟ

ମୁମ୍ବଇ : ୨୦୧୨ରେ କରନ୍ ଜୋହର୍ ନିର୍ଦେଶନାରେ ବଲିଉଡରେ ପାଦ ଥାପିଥିଲେ ବରୁଣ ଧାୱନ୍। ଆରମ୍ଭ ଦିନରେ ତାଙ୍କ ଅଭିନୟର ପ୍ରଶଂସକ ସଂଖ୍ୟା ସେତେ ଅଧିକ ନଥିଲା, କିନ୍ତୁ ସମୟକ୍ରମେ ତାଙ୍କ ସ୍ଥିତି ଦୃଢ଼ ହୋଇଛି। ନିକଟରେ ତାଙ୍କ ଅଭିନୀତ ‘ସୁଇ ଧାଗା’ ମୁକ୍ତିଲାଭ କରିଛି। ବିଭିନ୍ନ ମହଲରେ ବରୁଣଙ୍କ ପ୍ରଶଂସା ହେଉଛି। ଏ ବାବଦରେ ବରୁଣ କହିଛନ୍ତି, କ୍ୟାରିୟର ଆରମ୍ଭ ସମୟରେ ସମୀକ୍ଷକ ଓ ପ୍ରଶଂସକ ତାଙ୍କୁ ଚକୋଲେଟ୍ ବୟର ପରିଚୟ ଦେଇଥିଲେ। ଏବେ କିନ୍ତୁ ତାଙ୍କୁ ‘ଆଙ୍ଗ୍ରି ମ୍ୟାନ୍’ ଭାବେ କେତେକ ସ୍ଥାନରେ ସମ୍ବୋଧନ କରାଗଲାଣି। ଚରିତ୍ର ଅନୁସାରେ ତାଙ୍କ ଅଭିନୟ ପରିବର୍ତ୍ତନ ହେଉଛି। ତେବେ ବରୁଣ ନିଜର ଏଇ ପରିଚୟରେ ଖୁବ୍ ଖୁସି। କଥା ପ୍ରସଙ୍ଗରେ ସେ କହିଛନ୍ତି ଅମୀର ଖାନ୍ ଯେତେବେଳେ ୮୦ ଦଶକରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ତାଙ୍କୁ ମଧ୍ୟ ଚକୋଲେଟ୍ ବୟ, ରୋମାଣ୍ଟିକ୍ ବୟ ଭାବେ ଡକାଯାଉଥିଲା। ଏବେ କିନ୍ତୁ ଅମୀରଙ୍କ ପରିଚୟ ଭିନ୍ନ। ଏକ ଦମଦାର ଅଭିନେତା ଭାବେ ଅମୀର ଖାନ୍ ଜଣାଯାନ୍ତି। ବାପା ଡେଭିଡ୍ ଧାୱନ୍ ତାଙ୍କୁ ସବୁବେଳେ ପରାମର୍ଶ ଦେଇଛନ୍ତି ଯେ ପ୍ରଶଂସକଙ୍କୁ କ’ଣ ପସନ୍ଦ, ତାହାକୁ ପ୍ରାଧାନ୍ୟ ଦେବା ଜଣେ କଳାକାରର ପ୍ରଥମ କର୍ତ୍ତବ୍ୟ। ଡେଭିଡଙ୍କ ନିର୍ଦେଶିତ ସମସ୍ତ ଚଳଚ୍ଚିତ୍ର ଦେଖି ବଡ଼ ହୋଇଛନ୍ତି ବରୁଣ। ପିଲାଦିନେ ସେ ଗୋବିନ୍ଦାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏବେ ମଧ୍ୟ ଗୋବିନ୍ଦା ତାଙ୍କର ପ୍ରିୟ ଅଭିନେତା ବୋଲି କହିଛନ୍ତି ସେ। ସୁଇଧାଗା’ ଚଳଚ୍ଚିତ୍ରର ମୌଜି ଚରିତ୍ରକୁ ଉତ୍ତମ ଭାବେ ପ୍ରଦର୍ଶନ କରିପାରୁଥିବାରୁ ଖୁବ୍ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି ବରୁଣ ଧାୱନ୍।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories