www.samajalive.in
Sunday, December 7, 2025
23.1 C
Bhubaneswar

ରାତି ୨ଟାରେ ବାଜିଲା ଘଣ୍ଟି, ୩୧ବର୍ଷ ପରେ ଜ୍ଞାନବାପିରେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ୩୧ ବର୍ଷ ପରେ ଜ୍ଞାନବାପିରେ ହିନ୍ଦୁପକ୍ଷ ପୂଜା କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ମଧ୍ୟରେ ବାରଣାସୀ ଜିଲା ପ୍ରଶାସନ ବ୍ୟାରିକେଢ ହଟାଇ ରାତି ୨ଟା ସମୟରେ ପ୍ରଥମ ପୂଜା କରାଯାଇଥିଲା। ଏହାପରେ ଗୁରୁବାର ସକାଳେ ମଙ୍ଗଳ ଆଳତି ମଧ୍ୟ କରାଯାଇଛି। ପୂଜା ଆରମ୍ଭ ହେବା ପରେ ସକାଳୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।


ଗୁରୁବାର ସକାଳେ ଜ୍ଞାନବାପି ଗେଟ୍‍ ନଂ ୪ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଫୋର୍ସ ମୁତୟନ କରାଯାଇଛି। ପୂଜାର୍ଚ୍ଚନା କରାଯାଉଥିବାରୁ ସେଠାରେ ଥିବା ପୁରୋହିତଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ପୂଜକ କହିଛନ୍ତି ୩୧ବର୍ଷ ପୂର୍ବେ ସେଠାରେ ଥିବା କଳା ଚାଦର ହଟାଇ ଦିଆଯାଇଛି। ଶ୍ରଦ୍ଧାଳୁ ମାନେ ପ୍ରଥମେ ବାବା ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି।

- Advertisement -

ସୂଚନା ଅନୁସାୟୀ ୧୯୯୧ରେ ତତ୍କାଳୀନ ମୁଲାୟମ ସିଂ ସରକାରଙ୍କ ନିର୍ଦ୍ଦେଶରେ ଭାୟାଜୀଙ୍କ ବେସମେଣ୍ଟରେ ପୂଜା ବନ୍ଦ କରାଯାଇ ସେଠାରେ ଲୁହା ବ୍ୟାରିକେଡ ରଖାଯାଇଥିଲା। ଏହା ପରେ ହିନ୍ଦୁମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। କିନ୍ତୁ ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ବାରଣାସୀ ଜିଲା କୋର୍ଟ ଭାୟାଜିଙ୍କ ବେସମେଣ୍ଟ ଖୋଲି ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ମୁସଲିମ ପକ୍ଷ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଜିଲା ଜର୍ଜଙ୍କ ନିଷ୍ପତିକୁ ନେଇ ମୁସଲିମ ପକ୍ଷ ଗୁରୁବାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories