www.samajalive.in
Friday, December 5, 2025
20.1 C
Bhubaneswar

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦରେ ଶିଖର ଧାୱନ

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦ ଘେରକୁ ଆସିଛନ୍ତି ଟିମ୍‌ ଇଣ୍ଡିଆ ଓପନର ଶିଖର ଧାୱନ। ଉତ୍ତରପ୍ରଦେଶର ବାରାଣସୀ ବୁଲିବାକୁ ଯାଇଥିବାବେଳେ ଧାୱନ ଗଙ୍ଗା ନଦୀରେ ବୋଟ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ସେ ପକ୍ଷୀଙ୍କୁ ଖାଦ୍ୟ ଖୁଆଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବାର୍ଡ ଫ୍ଲୁ ସମୟରେ ପକ୍ଷୀଙ୍କୁ ଖାଦ୍ୟ ଖୁଆଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଧାୱନ ଗତ ଶୁକ୍ରବାର ବାରାଣସୀ ଗସ୍ତ କରିଥିଲେ। ଗସ୍ତ ସମୟରେ ସେ ପକ୍ଷୀଙ୍କୁ ଖାଦ୍ୟ ଖୁଆଉଥିବାର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାର କ୍ୟାପଶନ୍‌ ଲେଖିଥିଲେ ‘ହାପିନେସ୍ ଇଜ୍‌ ଫିଡିଂ ବାର୍ଡ୍ସ’। ତେବେ ଧାୱନଙ୍କ ଏହି ଖୁସି ବେଶୀ ସମୟ ରହି ନ ଥିଲା। ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କମେଣ୍ଟ୍‌ସ କରି ଧାୱନଙ୍କୁ ବାର୍ଡ ଫ୍ଲୁ ସମ୍ପର୍କରେ ସଚେତନ କରାଇଥିବା ଦେଖାଯାଇଥିଲା।

 

View this post on Instagram

 

A post shared by Shikhar Dhawan (@shikhardofficial)

- Advertisement -

ତେବେ ଏହି ଫଟୋ ବାରାଣସୀ ଜିଲାପାଳ କୌଶଲ ରାଜ ଶର୍ମାଙ୍କ ନଜରକୁ ଆସିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ସେ ଧାୱନଙ୍କ ବିରୋଧରେ କିଛି ନ କହି ଧାୱନଙ୍କୁ ବୋଟ୍‌ରେ ନେଇଥିବା ନାବିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି।

ଶର୍ମା କହିଛନ୍ତି, ନାବିକମାନେ ପ୍ରଶାସନର ନିର୍ଦେଶ ପାଳନ କରୁ ନ ଥିବା ବାରମ୍ବାର ଦେଖିବାକୁ ମିଳୁଛି। ପର୍ଯ୍ୟଟକମାନେ ସେମାନଙ୍କ ବୋଟ୍‌ରେ ଯାତ୍ରା ସମୟରେ ପକ୍ଷୀଙ୍କୁ ଖାଦ୍ୟ ଖୁଆଉଛନ୍ତି। ପର୍ଯ୍ୟଟକମାନେ ସାଧାରଣତଃ ଏ ବିଷୟରେ ସଚେତନ ନ ଥାନ୍ତି। ମାତ୍ର ନାବିକମାନେ ସେମାନଙ୍କୁ ଏପରି ନ କରିବାକୁ ସଚେତନ କରାଉ ନାହାନ୍ତି। ତେଣୁ ଉକ୍ତ ନାବିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବ। କାହିଁକି ତାଙ୍କ ଲାଇସେନ୍ସ ରଦ୍ଦ କରା ନ ଯିବ ତାହାର ଜବାବ ଦେବାକୁ ନୋଟିସରେ କୁହାଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories