www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱୟଂ ସେବକ ସଂଘ ପକ୍ଷରୁ ସୂର୍ଯ୍ୟ ନମସ୍କାର ଯଜ୍ଞ

ବୌଦ୍ଧ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ନଗର ପକ୍ଷରୁ ସ୍ଥାନୀୟ ବୁଟୁପାଲିସ୍ଥିତ ବିବେକାନନ୍ଦ ପ୍ରଭାତ ଶାଖାରେ ସୂର୍ଯ୍ୟ ନମସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶାଖାରେ ଉପସ୍ଥିତ ସମସ୍ତ ସ୍ୱୟଂ ସେବକ ମନ୍ତ୍ର ସହ ୧୦୮ ସୂର୍ଯ୍ୟ ନମସ୍କାର କରିଥିଲେ। ପୂର୍ବକ୍ଷେତ୍ର ଗ୍ରାମ ବିକାଶ ପ୍ରମୁଖ ଅଶୋକ କୁମାର ପାଢୀ ଏହି ଶାଖାରେ ଉପସ୍ଥିତ ହୋଇ ସୂର୍ଯ୍ୟ ନମସ୍କାରର ଆବଶ୍ୟକତା ଓ ମହତ୍ୱ ଉପସ୍ଥାପନା କରିଥିଲେ। ଓଡିଶା ପଶ୍ଚିମପ୍ରାନ୍ତ ଗ୍ରାମ ବିକାଶ ପ୍ରମୁଖ ଲକ୍ଷ୍ମଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟ ଶିକ୍ଷକ ଦିଲ୍ଲିପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ କାର୍ଯ୍ୟବାହ ନିରଞ୍ଜନ ମେହେରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସ୍ୱୟଂ ସେବକ ବିଜୟ କୁମାର ସାହୁ, ଶ୍ରଦ୍ଧାକର ସାହୁ, ପଦ୍ମ ଚରଣ ମେହେର, ଲୋକନାଥ ଶତପଥି, ଦେବାଶିଷ ପୁରୋହିତଙ୍କ ସମେତ ଅନେକ ସ୍ୱୟଂସେବକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories