www.samajalive.in
Saturday, December 6, 2025
14.1 C
Bhubaneswar

ମୁଣ୍ଡରେ ଟୋପି, ମଥାରେ ଚନ୍ଦନ; ବିଶ୍ୱନାଥ ମନ୍ଦିରରେ ଦର୍ଶନ କଲେ ଶହ ଶହ ମୁସଲମାନ

ସମାଜ ଡିଜିଟାଲ ଡେସ୍କ: ଜ୍ଞାନବାପି ମସଜିଦ ବିବାଦ ମଧ୍ୟରେ ମୁଣ୍ଡରେ ଚନ୍ଦନ ଲଗାଇ ଶହଶହ ମୁସଲମାନ ମହିଳା ଓ ପୁରୁଷ ମାନେ ଗୁରୁବାର ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିଥିଲେ। ଏହାସହିତ ଜଳାଭିଷେକ କରି ମୁସଲମାନ ସମ୍ପ୍ରଦାୟ ଏକ ବଡ ବାର୍ତ୍ତା ଦେଇଛନ୍ତି। ଦର୍ଶନ ପାଇଁ ଯାଇଥିବା ବେଳେ ବିଶ୍ୱନାଥ ମନ୍ଦିର ପରିସରରେ ମୁସଲମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସଦସ୍ୟ ମାନେ ଗୁରୁବାର ଅପରାହ୍ନ ୫ଟା ସମୟରେ ବିଶ୍ୱନାଥ ମନ୍ଦିର ଫାଟକ ନଂ ୪ରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ସ୍ୱାଗତ କରି ନିଆଯାଇଥିଲା। ସେମାନେ ପ୍ରଥମେ ବିଶ୍ୱନାଥ ମନ୍ଦିରର ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିଥିଲେ। ଏହାପରେ ମୁସଲିମ ସଦସ୍ୟ ମାନେ ଜ୍ଞାନବାପି ତୋଷଖାନାକୁ ଯାଇ ବୁଲି ଦେଖିଥିଲେ।
ଗଣମାଧ୍ୟମରେ ମୁସଲିମ ରାଷ୍ଟ୍ରୀୟ ମଂଚର ମୁଖ୍ୟ ରାଜା କହିଛନ୍ତି ଯେ ବାବାଙ୍କ ଦର୍ଶନ ବା ଆମର ପୂର୍ବଜଙ୍କ ଦର୍ଶନ ନିମେନ୍ତ ଏଠାକୁ ଆସିଛୁ। ମୁସଲମାନ ଭବିଷ୍ୟବକ୍ତା ୨୪ରୁ ୨୬ଜଣ ନାବି ଅଛନ୍ତି। ଯାହାଙ୍କ ବିଷୟରେ କୁରାନରେ ଉଲ୍ଲେଖ କରାଯାଇଛି। ୧୨୪ ହଜାର ନବୀ ଏହି ଦୁନିଆକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାମ, ଜଣେ ଶିବ ଏବଂ କୃଷ୍ଣ ଅଟନ୍ତି। ସୂଚନା ଅନୁସାରେ ରାଷ୍ଟ୍ରୀୟ ମୁସଲିମ ମଞ୍ଚ କ୍ରମାଗତ ଭାବରେ ଜ୍ଞାନବାପିରେ ଏକ ମନ୍ଦିର ଥିବା ବିଷୟରେ ଆଲୋଚନା କରିଆସିଛି। ଏହି ମଞ୍ଚର ସଦସ୍ୟ ମାନେ ମୁସଲିମ ମୌଲାନାଙ୍କ ସହ ଜ୍ଞାନବାପିରେ ଥିବା ମନ୍ଦିରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଅନେକ ଥର କଥା ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories