www.samajalive.in
Sunday, December 7, 2025
26.1 C
Bhubaneswar

ଠିଆ ହୋଇ ଶିବଲିଙ୍ଗରେ ଜଳ ଅର୍ପଣ କରୁଛନ୍ତି କି?

ଭଗବାନ ଶଙ୍କରଙ୍କ ଉପାସନାର ମହାପର୍ବ ‘ମହାଶିବରାତ୍ରୀ’। ଶିବ ଭକ୍ତଙ୍କ ପାଇଁ ଏହି ଦିନର ବେଶ ମହତ୍ତ୍ୱ ରହିଛି। ପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ରୁଦ୍ରାଭିଷେକ କରି ମଧ୍ୟ ପୂଜାର୍ଚ୍ଚନା କରାଯାଏ। ନିଜର ମନସ୍କାମନା ପୂରଣ ପାଇଁ ସଭିଏଁ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଥାଆନ୍ତି।
କୁହାଯାଏ ଭଗବାନ ଶିବ ଏକ ଲୋଟା ଜଳରେ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ କିଛି ଦିଗ ପ୍ରତି ଧ୍ୟାନ ରଖିବା ନିତାନ୍ତ ଜରୁରୀ। ଭୋଳାଶଙ୍କରଙ୍କୁ ସମ୍ପୂର୍ଣ୍ଣ ବିଧିରେ ଜଳ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଭୁଲ୍‌‌ ଶୈଳୀ କିମ୍ବା ଭୁଲ୍‌‌ ଦିଗରେ ଜଳ ଅର୍ପଣ କରିବା ଦ୍ୱାରା ମହାଦେବ କ୍ରୋଧ କରିଥାଆନ୍ତି। ଜାଣନ୍ତୁ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶିବଶଙ୍କରଙ୍କୁ ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବା ଜରୁରୀ ଯେ ଜଳ ଉତ୍ତର ଦିଗରୁ ଖସିବ। ଅର୍ଥାତ ଜଳ ଅର୍ପଣ କରୁଥିବା ଶ୍ରଦ୍ଧାଳୁଙ୍କ ମୁହଁ ଉତ୍ତର ଦିଗ ଆଡକୁ ରହିବ। ଏହାଦ୍ୱାରା ମହାଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ଭୁଲ୍‌‌ ଶୈଳୀ କିମ୍ବା ଭୁଲ୍‌‌ ଦିଗରେ ଜଳ ଅର୍ପଣ କରିବା ଦ୍ୱାରା ମହାଦେବ କ୍ରୋଧ କରିଥାଆନ୍ତି।
ଧାର୍ମିକ ମାନ୍ୟତା ଅନୁସାରେ ଶିବ ଲିଙ୍ଗରେ ଜଳ ଅର୍ପଣ କରିବା ପରେ ପରିକ୍ରମା କରନ୍ତୁ ନାହିଁ। ଏହାଦ୍ୱାରା ପୂଜାଫଳ ପ୍ରାପ୍ତି ହୋଇନଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଠିଆ ହୋଇ ଜଳ ଅର୍ପଣ କରିବା ଉଚିତ୍‌‌ ନୁହେଁ। ଠିଆ ହୋଇ ଜଳ ଅର୍ପଣ କରିବା ଦ୍ୱାରା ଏହାର ସଠିକ୍‌‌ ଫଳ ମିଳିପାରି ନଥାଏ।
ବସି କରି ଜଳ ଅର୍ପଣ କରିବା ଦ୍ୱାରା ଶୁଭଫଳ ମିଳିଥାଏ।
ସେହିଭଳି ଷ୍ଟିଲ୍‌‌ କିମ୍ବା ଲୁହା ପାତ୍ରରେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ସର୍ବଦା ତମ୍ବା ଲୋଟାରେ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ। ଏହା ଅତ୍ୟନ୍ତ ଶୁଭ।
ଏକାସହ ହିଁ ଜଳ ଅର୍ପଣ କରନ୍ତୁ। ଜଳ ବଦଳରେ କ୍ଷୀର ଅର୍ପଣ କରୁଥିଲେ ତମ୍ବା ଲୋଟାର ବ୍ୟବହାର କରନ୍ତୁ ନାହିଁ।
ଜଳ ଅର୍ପଣ କରିବା ସମୟରେ ସମୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌‌। ଭୋର ୫ଟାରୁ ପୂର୍ବାହ୍ନ ୧୧ ମଧ୍ୟରେ ଜଳ ଅର୍ପଣ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ସନ୍ଧ୍ୟା ସମୟରେ ଭୁଲ୍‌‌ରେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories