www.samajalive.in
Monday, December 15, 2025
26.1 C
Bhubaneswar

ବାରାଣସୀରେ ପ୍ରଧାନମନ୍ତ୍ରୀ; ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଠାକୁ ଦିନିକିଆ ଗସ୍ତ କରିବା ସହିତ ଏଠାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କାଶୀ ଆମକୁ ଏହା ଦେଖାଇଛି ଯେ ଏହା କେବେ ଅଟକିଯିବ ନାହିଁ କିମ୍ବା କ୍ଲାନ୍ତ ହେବନାହିଁ, ଏପରିକି ଜଟିଳ ସମୟରେ ମଧ୍ୟ ଏହା ଆଗକୁ ବଢିଚାଲିବ । ଗତ କିଛିମାସ ସମୁଦାୟ ମାନବ ଜାତି ପାଇଁ ଅତ୍ୟନ୍ତ ଜଟିଳ ସମୟ ହୋଇ ରହିଛି । କିନ୍ତୁ କାଶୀ ସମେତ ସମୁଦାୟ ଉତ୍ତର ପ୍ରଦେଶରେ କରୋନା ଭୂତାଣୁର ପରିବର୍ତ୍ତିତ ପ୍ରକରଣ ଦେଖିବାକୁ ମିଳିଛି ଏବଂ ଏହା କେତେ ଭୟଙ୍କର ତାହା ମଧ୍ୟ ସମସ୍ତେ ଦେଖିସାରିଛନ୍ତି ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ଅଧୀନରେ କାଶୀ ଦେଶ ଏବଂ ସମଗ୍ର ବିଶ୍ୱରେ ଏକ ନୂଆ ପରିଚୟ ହାସଲ କରିଛି । ନୂତନ କାଶୀ ବିକାଶ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି । ଏହି ସ୍ମାର୍ଟ କାଶୀ ସଂପ୍ରତି ସମଗ୍ର ଭାରତ ଓ ବିଶ୍ୱ ପାଇଁ ଏକ ମଡେଲ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରେରଣା ଜନସାଧାରଣଙ୍କୁ ନୂତନ ଶିଖର ଛୁଇଁବାକୁ ପ୍ରେରିତ କରୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଡାଲିଆଠାରେ ବହୁସ୍ତରୀୟ ପାର୍କିଂ ସ୍ଥଳ, ପର୍ଯ୍ୟଟନର ବିକାଶ ନିମନ୍ତେ ଆରଓ-ଆରଓ ଭେସେଲ, ବାରାଣସୀ-ଘାଜିପୁର ରାଜପଥରେ ତିନିଲେନ ବିଶିଷ୍ଟ ଫ୍ଲାଇସଭର ବ୍ରିଜ ଆଦି ଉଦଘାଟନ କରିଥିଲେ । ଏଥିସହିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ୧୦୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ହସପିଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories