www.samajalive.in
Friday, December 5, 2025
20.1 C
Bhubaneswar

ବୁଣାକାର ସମିତି ସମ୍ପାଦକଙ୍କୁ ଆକ୍ରମଣ

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ସ୍ଥିତ ଆଦିବାସୀ ବୁଣାକାର ସମବାୟ ସମିତିର ସମ୍ପାଦକ କନ୍ଦା ମାଝୀ(୬୦)ଙ୍କୁ ମରଣାନ୍ତକ ଆକ୍ରମଣ କରା ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସମିତିର ରେକର୍ଡଭୁକ୍ତ ଜମିକୁ ସେହି ଅଞ୍ଚଳର ହରପ୍ରିୟା ସାଇବାବୁ, ତାଙ୍କ ସ୍ୱାମୀ ମୁରଲୀଧର ସାଇବାବୁଙ୍କ ସମେତ ୨ଜଣ ବ୍ୟକ୍ତି ଜବର ଦଖଲ କରି ଗୃହ ନିର୍ମାଣ କରିଛନ୍ତି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। କିନ୍ତୁ ତାଙ୍କ ପୁଅ ଜିତୁନ ସମିତିର ଦକ୍ଷିଣ ପାଖ ବାଡ଼ କୁ ହାଣି ଦେବାରୁ ସମ୍ପାଦକ ଶ୍ରୀ ମାଝୀ ପ୍ରତିବାଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏକ ଲୁହା ଛଡ଼ରେ ତାଙ୍କୁ ଆକ୍ରମଣ କରାଯିବା ସହ ଜାତି ଉଠାଇ ଗାଳି ଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼ଟି ଛାତିକୁ ଲକ୍ଷ୍ୟ କରାଯାଇ ମରା ଯାଇଥିବା ବେଳେ ତାହା ଗୋଡ଼ ରେ ଗଳି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ଏ ସମ୍ପର୍କରେ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ ଜିତୁନକୁ ଅଟକ ରଖା ଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories