www.samajalive.in
Saturday, December 6, 2025
15.1 C
Bhubaneswar

ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ର ୨୭.୮ କୋଟି ଟଙ୍କାରେ ନିଲାମ

ନୂଆଦିଲ୍ଲୀ: ବିଶିଷ୍ଟ ହଙ୍ଗେରୀ-ଭାରତୀୟ ଚିତ୍ରକର ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ରେକର୍ଡ ୨୭.୮ କୋଟି ଟଙ୍କାରେ ନିଲାମ ହୋଇଛି । ୧୯୩୮ରେ ଏହି ଚିତ୍ର ଅଙ୍କା ଯାଇଥିଲା ଏବଂ ମୁମ୍ବଇସ୍ଥିତ ଏକ ନିଲାମକାରୀ ସଂସ୍ଥା ସାଫ୍ରୋନାର୍ଟ ଦ୍ୱାରା ଏହାକୁ ନିଲାମ କରାଯାଇଥିଲା । ଏହି ବିକ୍ରି ଜଣେ କଳାକାରଙ୍କ କଳାକୃତିକୁ ନିଲାମ ଜରିଆରେ ସର୍ବାଧିକ ମୂଲ୍ୟରେ ବିକ୍ରି କରିବାରେ ରେକର୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଭି ଏସ ଗାଇତୋଣ୍ଡେଙ୍କର ଏକ ଚିତ୍ର ୩୯.୯୮ କୋଟି ଟଙ୍କାରେ ନିଲାମ କରାଯାଇଥିଲା, ଯାହା ଭାରତର ସବୁଠାରୁ ମୂଲ୍ୟବାନ ଚିତ୍ର ଭାବରେ ଏପର୍ଯ୍ୟନ୍ତ ବିବେଚିତ ହେଉଛି ।

ଅମ୍ରିତା ଶେର ଗିଲଙ୍କ ଚିତ୍ରକଳା ଏଭଳି ରେକର୍ଡ ମୂଲ୍ୟରେ ବିକ୍ରି ହେବା ଘଟଣାରୁ ତାଙ୍କ କଳାତ୍ମକ ଧୀମତ୍ତାର ପ୍ରମାଣ ମିଳୁଛି ଏବଂ ଏହା ତାଙ୍କର କୁଶଳତା ତଥା ପ୍ରତିଭାର ନିଦର୍ଶନ ବୋଲି ସାଫ୍ରୋନାର୍ଟର ସିଇଓ ଏବଂ ସହ ପ୍ରତିଷ୍ଠାତା ଦିନେଶ ଭଜିରାନି ଏକ ବିବୃତିରେ କହିଛନ୍ତି । ସେ କହିଛନ୍ତି ଯେ ଏହି କଳାକୃତି ଅମ୍ରିତାଙ୍କର ଜଣେ ଚିତ୍ରକର ଭାବରେ ଅଭିବୃଦ୍ଧି ଏବଂ ବିକାଶକୁ ସୂଚିତ କରୁଛି । ତାହାସହିତ ସାମ୍ପ୍ରତିକ ସମୟରେ ବଜାରରେ ଉପଲବ୍ଧ ହେବା କ୍ଷେତ୍ରରେ ସେହି ନିର୍ଦ୍ଦିଷ୍ଟ ସମୟର ଏହା ଏକ ବିରଳ କଳାକୃତି ହୋିଛି ଏବଂ ନିଲାମ ପ୍ରକ୍ରିୟାରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିଛି । ‘ଇନ ଦି ଲେଡିଜ ଏନକ୍ଲୋଜର’ ଶୀର୍ଷକ ଏହି କାନଭାସ ୧୯୩୮ରେ ଅଙ୍କିତ । ଶେର ଗିଲ ଭାରତ ଫେରିବାର କିଛି ବର୍ଷ ଏହା ତାଙ୍କ ଦ୍ୱାରା ଅଙ୍କାଯାଇଥିଲା । ଏଥିରେ ଜଣେ ମହିଳା ବିଭିନ୍ନ ବୟସ ବର୍ଗରେ ଗ୍ରାମାଞ୍ଚଳରେ ବିବିଧ କାର୍ଯ୍ୟକଳାପରେ ନିୟୋଜିତ ରହିଥିବା ଦର୍ଶାଯାଇଛି । ସୂଚନାଯୋଗ୍ୟ ଯେ ଅମ୍ରିତା ଶେର ଗିଲ୍‍ ହେଉଛନ୍ତି ହଙ୍ଗେରୀର ଇହୁଦି ସଂପ୍ରଦାୟର ଅପେରା ଗାୟିକା ମେରି ଆଣ୍ଟୋନେଟ ଗୋଟେସମ୍ୟାନ୍‍ ଏବଂ ଜଣେ ଶିଖ ବିଦ୍ୱାନ, ଫଟୋଗ୍ରାଫର ଉମରାଓ ସିଂ ଶେର ଗିଲ୍‍ ମାଜିଥିଆଙ୍କ କନ୍ୟା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories