www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ଗରିବଙ୍କୁ ବଣ୍ଟାଗଲା ‘ମୋଦୀ ଗାମୁଛା’

ବାରାଣସୀ: କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଗାମୁଛାରେ ନିଜର ସୁରକ୍ଷା କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ବେଳେ ମୋଦୀ ଏପରି ଅନୁରୋଧ କରିଥିଲେ। ଏବେ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଜନସାଧାରଣଙ୍କ ନିକଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। କାଶୀର ବାସିନ୍ଦାମାନେ ମୋଦୀଙ୍କ ବାର୍ତ୍ତା ଅନୁସାରେ ସ୍ବତନ୍ତ୍ର ‘ମୋଦୀ ଗାମୁଛା’ ତିଆରି କରିଛନ୍ତି। ଏହି ଗାମୁଛାକୁ ଗରିବ ଲୋକମାନଙ୍କୁ ବଣ୍ଟାଯାଉଛି।

ବାରାଣସୀର କେସରୱାନି ସମାଜ ପକ୍ଷରୁ ଏହି ମୋଦୀ ଗାମୁଛା ବିତରଣ କରାଯାଉଛି। ସମାଜର କର୍ମକର୍ତ୍ତାମାନେ ବିଭିନ୍ନ ଛକ, ଗଳିକନ୍ଦି ବୁଲି ବୁଲି ବେସାହାରା ଏବଂ ଗରିବମାନଙ୍କୁ ଗାମୁଛା ଦେଉଛନ୍ତି। ଏହି ସମୟରେ ସାମାଜିକ ଦୂରତ୍ଵ ମଧ୍ୟ ରକ୍ଷା କରୁଛନ୍ତି। ଅଖିଳ ଭାରତୀୟ କେସରୱାନି ବୈଶ୍ୟ ଯୁବକ ସଭାର ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ସେ ଏହି ଗାମୁଛା ବିତରଣ କରୁଛନ୍ତି। ଗାମୁଛା ଉପରେ ପଦ୍ମ ଚିହ୍ନ ରହିଥିବାବେଳେ ମୋଦୀ ଗାମୁଛା ବୋଲି ଲେଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories