www.samajalive.in
Sunday, December 7, 2025
26.1 C
Bhubaneswar

ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ସହାନୁଭୂତିଶୀଳ ହେବା ଆବଶ୍ୟକ: ‘ଭୋସ୍‍-୯୨’

ଭୁବନେଶ୍ୱର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ ବାତିଲ କରାଯାଇଥିବାବେଳେ ସରକାରୀ ନିୟମାନୁସାରେ କାର୍ଯ୍ୟାଳୟ ଖୋଲୁଛି। ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ବାଣୀବିହାର ଶିକ୍ଷକ ଓ କର୍ମଚାରୀ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ କ୍ୟାମ୍ପସ ଓ ଏହାର ନିକଟବର୍ତ୍ତି ଅଞ୍ଚଳ ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ବାଣୀବିହାର ପୂରାତନ ଛାତ୍ର ସଂଘ-୧୯୯୨ ତଥା ‘ଭୋସ୍‍-୯୨’ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି। ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ‘ଭୋସ୍‍-୯୨’ ପକ୍ଷରୁ ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ଉପଢୌକନ, ଗ୍ଲୋବସ୍‍, ଦୁଇ ହଳ ମାସ୍କ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସେମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ସହିତ ସାବୁନ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣୀବିହାର କ୍ୟାମ୍ପସ ଅଞ୍ଚଳରେ ନିୟୋଜିତ ବିଏମ୍‍ସି ଅଧୀନରେ କାର୍ଯ୍ୟ କରୁଥିବା ଜାଗ୍ରୁତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଚନ୍ଦ୍ରଶେଖର ପ୍ରଧାନ, ବିଶ୍ୱନାଥ ଦାସ ଓ ରାମ୍‍କୃଷ୍ଣ ଧନ୍‍ୱାରଙ୍କ ସମେତ ୨୮ଜଣ ସଫେଇ କର୍ମଚାରୀଙ୍କୁ ‘ଭୋସ୍‍-୯୨’ ପକ୍ଷରୁ ସମ୍ବର୍ଦ୍ଧିତ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।
ଏହି ଅବସରରେ ‘ଭୋସ୍‍-୯୨’ ସଭାପତି ପ୍ରିୟବ୍ରତ ମହାନ୍ତି କହିଥିଲେ ଯେ ସାମ୍ପ୍ରତିକ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଯଥେଷ୍ଟ ବଢ଼ିଯାଇଛି। ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ପରିମଳ କର୍ମଚାରୀ। ସେମାନେ ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ବର୍ଯ୍ୟବସ୍ତୁକୁ ସଫା କରି ପରିବେଶ ସୁସ୍ଥ ରଖୁଛନ୍ତି। ତେଣୁ ସେହି ସମସ୍ତବାସି ନିଜ ନିଜ ଅଞ୍ଚଳରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ନିରାପଦ ରଖିବା ଲାଗି ସାନିଟାଇଜର, ମାସ୍କ, ସାବୁନ ଇତ୍ୟାଦି ଆଦି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଏଥିପାଇଁ ସେମାନଙ୍କୁ ‘ଭୋସ୍‍-୯୨’ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି।
ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ କହିଥିଲେ ଯେ ସଫେଇ କର୍ମଚାରୀ ବାଣୀବିହାର କ୍ୟାମ୍ପସରେ ସକାଳୁ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହିତ ଏଠାକାର ପରିବେଶ ସଫାସୁତୁରା ରଖୁଛନ୍ତି ଓ ଜନ ସଚେତନତା ସୃଷ୍ଟି କରୁଛନ୍ତି। କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରୁହନ୍ତୁ ଓ ଆମ ସହଯୋଗ କରନ୍ତୁ। ଏହି ଅବରରେ ସଫେଇ କର୍ମଚାରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିବାରୁ ଶ୍ର ସାହୁ ‘ଭୋସ୍‍-୯୨’କୁ ଧନ୍ୟବାଦ ଅର୍ପଣ କରିଥିଲେ।
‘ଭୋସ୍‍-୯୨’ ସମ୍ପାଦକ ଗଦାଧର ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସରିତ୍‍ ପଣ୍ଡା ଓ ଗୁରୁପ୍ରସାଦ ସାହୁ, ମେ’ଫେୟାର୍‍ ଏକ୍‍ଜ୍ୟୁକୁଟିଭ୍‍ ଡ଼ିରେକ୍ଟର ସୌଭାଗ୍ୟ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ତନ୍ମୟ ସ୍ୱାଇଁ, ପୂର୍ବତନ ଛାତ୍ର ତଥା ‘ସମାଜ’ ପ୍ରତିନିଧି ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories