ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିପତ୍ର କାଏମ ରଖିଲେ ଇସି

ଚେନ୍ନଇ : ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏକବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଏମଡିଏମ୍‌କେ ମୁଖ୍ୟ ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିପତ୍ରକୁ ନିର୍ବାଚନ ଆୟୋଗ (ଇସି) କାଏମ ରଖିଛନ୍ତି। ଇସିଙ୍କ ଅନୁମତି ଆଧାରରେ ରିଟର୍ଣ୍ଣିଂ ଅଫିସର ଭାଇକୋଙ୍କ ପ୍ରାର୍ଥିପତ୍ରକୁ ଆବଶ୍ୟକ ଯାଞ୍ଚ ପରେ ଗ୍ରହଣ କରିଛନ୍ତି। ଫଳରେ ଭାଇକୋଙ୍କ ପ୍ରାର୍ଥିତ୍ବକୁ ନେଇ ଲାଗି ରହିଥିବା ଆଶଙ୍କା ମଙ୍ଗଳବାର ଅବସାନ ଘଟିଛି। ଦୀର୍ଘ ୨୩ବର୍ଷ ପରେ ଭାଇକୋ ପୁଣିଥରେ ରାଜ୍ୟସଭାକୁ ଯିବାର ରାସ୍ତା ଉନ୍ମୁକ୍ତ ହୋଇଛି।

prayash

ସରକାରଙ୍କ ଦ୍ବାରା ବେଆଇନ ଘୋଷିତ ସଂଗଠନ ଏଲଟିଟିଇ ସପକ୍ଷରେ ୨୦୦୯ରେ ଭାଇକୋ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ନିକଟରେ ସ୍ବତନ୍ତ୍ର ଅଦାଲତ ମାମଲାର ବିଚାର କରି ଭାଇକୋଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ୧ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଜୁଲାଇ ୧୮ରେ ତାମିଲନାଡୁର ୬ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବ। ଏହି ୬ଟି ଆସନରୁ ବିରୋଧୀ ଡିଏମକେ ୩ଟି ଓ ଏଆଇଏଡିଏମକେ ୩ଟି ଆସନରେ ବିଜୟୀ ହେବା ନିଶ୍ଚିତ। ଡିଏମକେ ପକ୍ଷରୁ ଭାଇକୋ ରାଜ୍ୟସଭା ପ୍ରାର୍ଥୀ ହେବେ। କାରଣ ଡିଏମକେର ସହଯୋଗ ଦଳ ହେଉଛି ଏମଡିଏମ୍‌କେ। ଭାଇକୋ ୧୯୭୮ରୁ କ୍ରମାଗତ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଡିଏମକେରୁ ବାହାରି ଆସି ନିଜସ୍ବ ଦଳ ଗଢିଥିଲେ ଓ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

kalyan agarbati

Comments are closed.