www.samajalive.in
Sunday, December 7, 2025
14.1 C
Bhubaneswar

ମିଳିଲା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ; ହତ୍ୟାକାଣ୍ଡରେ ରହିଛି ପୂର୍ବତନ ମନ୍ତ୍ରୀଙ୍କ ପୁଅର ହାତ, ତଦନ୍ତ କରିବ ଏସଆଇଟି

ଉତ୍ତରାଖଣ୍ଡ: ହୃଷିକେଶରେ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା ଦିନକୁଦିନ ନୂଆମୋଡ଼ ନେଉଛି । ଆଜି ସକାଳେ ହୃଷିକେଶର ଚିଲ୍ଲା କେନାଲରୁ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଉତ୍ତରାଖଣ୍ଡ ଏସଡିଆରଏଫ ଉଦ୍ଧାର କରିଥିବା ବେଳେ, ବର୍ତ୍ତମାନ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।  ଘଟଣାକୁ ନେଇ ଏସଡିଆରଏଫ୍‌ ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚିଲ୍ଲା କେନାଲରୁ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏସଆଇଟି ବର୍ତ୍ତମାନ ଘଟଣାର ତଦନ୍ତ କରିବ । ଆଗକୁ ଏହି ଘଟଣା ଉପରୁ ପରଦା ହଟିବ ବୋଲି ଏସଡିଆରଏଫ୍‌ ମୁଖପାତ୍ର କହିଛନ୍ତି । ଅଙ୍କିତାଙ୍କ ମୃତ୍ୟୁକୁ ନେଇ ହୃଷିକେଶ ଅତିରିକ୍ତ ପୁଲିସ ଅଧୀକ୍ଷକ ଶେଖର ସୁଆଲ ଆଜି ସକାଳେ ତାଙ୍କର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଙ୍କିତାଙ୍କ ଭାଇ ଓ ବାପା ମୋ ସହିତ ଅଛନ୍ତି । ସେମାନେ ମୃତଦେହ ଚିହ୍ନଟ କରିଛନ୍ତି । ବ୍ୟାରେଜରୁ ମିଳିଥିବା ମୃତଦେହ ଅଙ୍କିତା ଭଣ୍ଡାରୀଙ୍କ ହୋଇଥିବା ସ୍ପଷ୍ଟ ହୋଇଛି । ଆଜି ସକାଳ ୭ଟାରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

- Advertisement -

ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟ୍‌ କରିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି ଆଜି ଅଙ୍କିତା​‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ହୃଦୟ ବିଦାରକ ଘଟଣାକୁ ନେଇ ମୁଁ ବ୍ୟଥିତ । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ୍‌ । ଏହି ଘଟଣାର ତଦନ୍ତ ପାଇଁ ଏସଆଟି ଗଠନ ହୋଇଛି ଏବଂ ଏହାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ କେବେ ରକ୍ଷା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ।

ସୂଚନା ଥାଉ କି, ଗତ ୫ ଦିନ ହେବ ନିଖୋଜ ଖିଲେ ଅଙ୍କିତା ଭଣ୍ଡାରୀ । ଏନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ହେଲେ ତାଙ୍କର ମୃତଦେହ ଚିଲ୍ଲା କେନାଲରୁ ଉଦ୍ଧାର ହୋଇଥିବା ବେଳେ, ତାଙ୍କୁ କେ​‌ହି କେନାଲକୁ ଠେଲି ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାକୁ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାରେ କିଛି ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ହାତଥିବା ଅନୁମାନ କରାଯାଉଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories