ମନାକରିଦେଲେ ସୁପ୍ରିମକୋର୍ଟ : ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ
ନୂଆଦିଲ୍ଲୀ : ଉତ୍ତରରାଖଣ୍ଡର ଉତ୍ତରକାଶୀର ପୁରୋଲା ଠାରେ ପ୍ରସ୍ତାବିତ ମହାପଞ୍ଚାୟତ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହାପଞ୍ଚାୟତ ବିରୋଧରେ ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯିବାକୁ ଆବେଦନକାରୀଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜୁନ ୧୫ରେ ମହାପଞ୍ଚାୟତ ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏହାର ଅନୁମତି ବିଶ୍ୱ ହିନ୍ଦୁ ପରିଷଦ ଏବଂ ପ୍ରଧାନ ସଂଗଠନ ପକ୍ଷରୁ ମହାପଞ୍ଚାୟତ ଲାଗି ଅନୁମତି ଲୋଡା ଯାଇଥିଲା। ଏହା ସହିତ ପୁରୋଲାରେ ଧାରା ୧୪୪ ଲଗାଯାଇପାରେ। ସୂଚନାଯୋଗ୍ୟ , ମେ ୨୬ ରେ, ଜଣେ ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଅପହରଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀମାନେ ଧରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁରୋଲାରେ ୩୦ରୁ ଅଧିକ ଦୋକାନ ଦୀର୍ଘ ୧୮ ଦିନ ଧରି ବନ୍ଦ ରହିଥିଲା।
Comments are closed.