ବାଣ କାରଖାନାରେ ବଡ଼ ବିସ୍ଫୋରଣ; ୫ ମୃତ

ଉତ୍ତରପ୍ରଦେଶ: ସହାରନପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସର ସୂଚନା ଅନୁଯାୟୀ କାରଖାନାରେ ୭ରୁ ୮ଜଣ ବ୍ୟକ୍ତି କାମ କରୁଥିଲେ । ସେଥିମଧ୍ୟରୁ ବିସ୍ଫୋରଣ ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ପରେ ଅନ୍ୟ ୨ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରୁ ଅନ୍ୟ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଛି । ଏହି ବିସ୍ଫୋରଣ ଘଟଣା ସଲେପୁର ଥାନା ଅଧିନରେ ଯାଉଛି ।

ଏହି ଘଟଣା ସମ୍ପର୍କରେ ଆଇଜି ଡକ୍ଟର ପ୍ରୀନ୍ତିନ୍ଦର ଜାଣିବା ପରେ ବିସ୍ଫୋରଣ ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଇଜି କହିଛନ୍ତି ବାଣ କରଖାନାରେ ୭ରୁ ୮ଜଣ କାମ କରୁଥିଲେ । ୩ଜଣ ମୃତକଙ୍କ ଶବକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଛି । ଆହତଙ୍କ ମଧ୍ୟରେ ଜଣେ ଗୁରୁତର ରହିଛନ୍ତି । ତାଙ୍କ ଚିକିତ୍ସା କରାଯାଉଛି ।

Comments are closed.