nua o banner

ନାକ ଏ+ ଫେରି ପାଇଲା ଉତ୍କଳ

BSKY banner  750×100

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ନିଜର ନାକ ଏ+ ରାଙ୍କିଂ ଫେରି ପାଇଛି। ନାକ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏ+ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଆଜି ନାକ ୱେବସାଇଟରେ ସୂଚନା ଦିଆଯାଇଛି।

ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ) ପକ୍ଷରୁ ପୁନଃ ବିଚାର ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ଏ+ ମାନ୍ୟତା ପ୍ରଦାନ କରାଯାଇଛି। ଏଥର ଉତ୍କଳ ବିଶ୍ବବିଦ୍ୟାଳୟ ସିଜିପିଏ ୩.୨୬ ଗ୍ରେଡ ରଖି ଏ+ ମାନ୍ୟତା ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ମେ ମାସରେ ଆସିଥିବା ନାକ ଟିମ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ ଏ ମାନ୍ୟତା ପ୍ରଦାନ କରିଥିଲା। ତେବେ ନାକ ଏ++ ମାନ୍ୟତା ପାଇଁ ଆଶା ରଖିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପୁନଃ ବିଚାର ପାଇଁ ଆବଦେନ କରିଥିଲେ । ଯାହାର ଫଳାଫଳ ଆଶାନୁରୂପକ ଆସିଛି। ଏ ଗ୍ରେଡକୁ ପରିବର୍ତ୍ତନ କରି ନାକ ଟିମ ଦେଇଛି ଏ+ ଗ୍ରେଡ। ୨୦୧୬ରେ ଉତ୍କଳ ହାତେଇଥିଲା ଏ+ ଗ୍ରେଡ। ଏଥର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଛି କିନ୍ତୁ ନାକ ଏ+ ଗ୍ରେଡ ମାନ୍ୟତା ପାଇଥିବାରୁ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ନାକ ଏ+ ଗ୍ରେଡ ମିଳିଥିବାରୁ ଆମେ ସମସ୍ତେ ବହୁତ ଖୁସି। ଏହା ଏ+ ବିଶ୍ବବିଦ୍ୟାଳୟ ହୋଇଥିବାରୁ ରୁସା ଓ ବିଶ୍ବବ୍ୟାଙ୍କରୁ ଅନୁଦାନ ମିଳୁଛି ଏବଂ ଆଗକୁ ମଧ୍ୟ ମିଳିବ, ଯାହାର ସୁବିଧା ଛାତ୍ରଛାତ୍ରୀମାନେ ପାଇପାରିବେ। ଉତ୍କଳ ବିଶ୍ବବିଦ୍ୟାଳୟ ନାମ ଏ+ ଗ୍ରେଡ ମାନ୍ୟତା ବଜାୟ ରଖିଥିବାରୁ ବହୁତ ଖୁସି ବୋଲି ପ୍ରକାଶ କରିଥିଲେ।

Comments are closed.