www.samajalive.in
Monday, December 15, 2025
16.1 C
Bhubaneswar

ତ୍ବଚା ପାଇଁ ଖୁବ୍ ଲାଭଦାୟକ ଲହୁଣୀ

ସାଧାରଣତଃ ତ୍ବଚାକୁ ନେଇ ଲୋକେ ବିଶେଷ ଯତ୍ନବାନ୍ ଥାଆନ୍ତି। ଖାସ୍ କରି ମହିଳାମାନେ। ତ୍ବଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଅନେକ ଟଙ୍କା ମଧ୍ୟ ବିନିଯୋଗ କରି ଥାଆନ୍ତି। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଅବଗତ ଯେ, ଏପରି କିଛି ଘରୋଇ ଉପାୟ ଅଛି ଯାହାଦ୍ବାରା ଅଳ୍ପ ଖର୍ଚ୍ଚରେ ତଥା ବିନା ଖର୍ଚ୍ଚରେ ମଧ୍ୟ ଏକ ଉଜ୍ବଳ ଓ କୋମଳ ଚେହେରା ପାଇ ପାରିବେ। ଏ କ୍ଷେତ୍ରରେ ଲହୁଣୀ ଏକ ମହୌଷଧୀ ପରି କାମ କରିଥାଏ। ଏହାର ସେବନ ଏବଂ ବ୍ୟବହାର ତ୍ବଚା ପାଇଁ ଖୁବ ଲାଭକାରୀ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ତ୍ୱଚାକୁ ସୁସ୍ଥ ରଖିବା ସହ ତୀବ୍ର ଖରାକିରଣରୁ ମଧ୍ୟ ରକ୍ଷା କରିଥାଏ। ତେବେ ଚାଲନ୍ତୁ ଜାଣିବା ତ୍ବଚା ପାଇଁ କିପରି ଲହୁଣୀକୁ ବ୍ୟବହାର କରିବା –

ଲହୁଣୀ ଏବଂ ଟମାଟୋର ବ୍ୟବହାର :
ଲହୁଣୀ ଏକ ପ୍ରାକୃତିକ ଲୋସନ୍ ଭାବେ ବ୍ୟବହାର ହୋଇଥାଏ। ସନ ବର୍ଣ୍ଣକୁ କମ୍ କରିବା ପାଇଁ ଲହୁଣୀ ଏବଂ ଟମାଟୋର ମିଶ୍ରଣ ଖୁବ ଲାଭକାରୀ ହୋଇଥାଏ। ଏହି ମିଶ୍ରଣରେ ଥିବା ଭିଟାମିନ ଏ ଏବଂ ସି ତ୍ୱଚା ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ଧୋଇବା ପରେ ଆପଣଙ୍କୁ ତ୍ୱଚା ଖୁବ କୋମଳ ଏବଂ ଥଣ୍ଡା ଅନୁଭୂତ ହୋଇଥାଏ। ଏହା ବ୍ୟତୀତ ତ୍ବଚା ଉଜ୍ବଳ ମଧ୍ୟ ହୋଇଥାଏ।

- Advertisement -

ଲହୁଣୀ ଏବଂ ମହୁର ବ୍ୟବହାର :
ଲହୁଣୀ ଏବଂ ମହୁର ମିଶ୍ରଣ ଆଣ୍ଟି ଏଜିଂ ଭାବେ କାମ କରିଥାଏ। ମହୁ ପ୍ରାକୃତିକ କ୍ଳିଞ୍ଜର୍ ଭାବେ କାମ କରୁଥିବା ବେଳେ ଲହୁଣୀ ମଶ୍ଚରାଇଜର ଭାବେ ବ୍ୟବହାର ହୋଇଥାଏ। ଲହୁଣୀ ଏବଂ ମହୁକୁ ମିଶାଇ ତ୍ୱଚାରେ ଲଗାଇବା ରଖନ୍ତୁ। ହାଲୁକା ଶୁଖିବା ପରେ ତାହାକୁ ଧୋଇ ଦିଅନ୍ତୁ।

ଲହୁଣୀ ଏବଂ କମଳା ଚୋପାର ବ୍ୟବହାର :
ଲହୁଣୀରେ ଲାକ୍ଟିକ୍ ଏସିଡ ଏବଂ ଅଲ୍ଫା ହାଇଡ୍ରକ୍ସି ଏସିଡ ରହିଥାଏ। ଯାହା ତ୍ୱଚାରେ ଚମକ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ମୁହଁରେ ଥିବା ଦାଗ ଆଦି ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କମଳା ଚୋପା ଗୁଣ୍ଡ ମଧ୍ୟ ତ୍ବଚାକୁ ଉଜ୍ବଳ କରିବାରେ ଖୁବ୍ ସହାୟକ ହୋଇଥାଏ। କମଳା ଚୋପା ଗୁଣ୍ଡକୁ ଲହୁଣୀରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories