www.samajalive.in
Wednesday, December 10, 2025
17.1 C
Bhubaneswar

ତ୍ୱଚା ପାଇଁ ବ୍ୟବହାର କରନ୍ତୁ ବେସନ, ନିମପତ୍ର ଗୁଣ୍ଡ, ଗୋଲାପ ଜଳ

ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ , ଗୋରା ରଙ୍ଗ କରିବାକୁ ବଜାରରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ବିକ୍ରି ହେଉଛି। ମାତ୍ର ସେ ସମସ୍ତ ଜିନିଷରେ କେମିକାଲର ମାତ୍ରା ଥିବାରୁ ଏହାକୁ ଅଧିକ ବ୍ୟବହାର କରିବା ଅନୁଚିତ। ଏହାସହ ଆପଣ ଘରୋଇ ଉପାୟରେ ମଧ୍ୟ ତ୍ୱଚା ପାଇଁ କିଛି ଟିପ୍ସ ଆପଣେଇ ପାରିବେ।
– ଯଦି ଆପଣଙ୍କ ତ୍ୱଚା ତେଲିଆ ତେବେ ବେସନରେ ମୁହଁକୁ ସ୍କ୍ରବ କରନ୍ତୁ। ଏହା ପ୍ରାକୃତିକ ଭାବେ ତେଲକୁ ନିୟନ୍ତ୍ରିତ କରିଥାଏ।
– ଖରାର ପ୍ରଭାବରୁ ମୁହଁରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ବେସନ ଖୁବ ହିତକାରୀ।
ବିଭିନ୍ନ ଦାଗ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ।
– ବେସନରେ ୧ ଚାମଚ ଏଲୋବେରା ଜେଲ ମିଶାଇ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
– ବେସନରେ ୧ଚାମଚ ଦହି ମିଶାଇ, ଏହାକୁ ମୁହଁରେ ଲଗାନ୍ତୁ। ତ୍ୱଚାର ଚମକ ଏହା ଦ୍ୱିଗୁଣିତ କରିଥାଏ।
ବେସନରେ ଏକ ଚାମଚ ନିମ ଗୁଣ୍ଡ, ଅଳ୍ପ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହା ମଧ୍ୟ ମୁହଁର ଅନେକ ସମସ୍ୟା ଦୂର କରିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories