www.samajalive.in
Tuesday, December 9, 2025
16.1 C
Bhubaneswar

ଇରାନରୁ ତେଲ କିଣିବାକୁ ଭାରତ ସମେତ ୮ ଦେଶ ପାଇଁ କଟକଣା କୋହଳ କଲା ଆମେରିକା

ୱାଶିଂଟନ : ଇରାନରୁ ତେଲ କିଣିବାକୁ ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୮ ଦେଶ ପାଇଁ ଆମେରିକା କଟକଣାକୁ କୋହଳ କରିଛି। ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମ୍ପେଓ ସୋମବାର ଏହି ଘୋଷଣା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଆମେରିକା ଇରାନର ବ୍ୟାଙ୍କିଂ, ଶକ୍ତି ଏବଂ ସିପିଂ ଶିଳ୍ପ ଉପରେ କଟକଣା ଜାରି କରିଥିଲା। ଇରାନ ସହ ବ୍ୟାପାର ସମ୍ପର୍କ ରଖିବା ଦେଶ ସହ ଆମେରିକା ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବ ବୋଲି ଧମକ ଦେଇଥିଲା। ମାତ୍ର ପେଟ୍ରୋଲ ଓ ଡିଜେଲ ଭଳି ତେଲ ଦରରେ ବୃଦ୍ଧି ଆମେରିକାର ମିତ୍ର ରାଷ୍ଟ୍ରଗୁଡିକୁ ଅଡୁଆରେ ପକାଇବା ପରେ ଆମେରିକା କଟକଣାକୁ କୋହଳ କରିଛି। ଏହି କ୍ରମରେ ଚୀନ, ଭାରତ, ଗ୍ରୀସ୍‍, ଇଟାଲି, ତାଇୱାନ, ଜାପାନ, ତୁର୍କି ଏବଂ ଦକ୍ଷିଣ କୋରିଆ ପାଇଁ ଆମେରିକା କଟକଣାକୁ କୋହଳ କରିଛି। ତେବେ ଏହି କୋହଳ ମାତ୍ର କିଛି ସମୟ ପାଇଁ ଦିଆଯାଇଛି ବୋଲି ମାଇକ୍‍ ପୋମ୍ପେଓ କହିଛନ୍ତି। ମାଇକ୍‍ ପୋମ୍ପେଓଙ୍କ କହିବା ଅନୁସାରେ ୨୦ଟି ଦେଶ ଇରାନରୁ ତେଲ ଆମଦାନୀ ବନ୍ଦ କରିଛନ୍ତି। ଫଳରେ ଇରାନରେ ଦିନକୁ ୧୦ ଲକ୍ଷ ବ୍ୟାରେଲ ତେଲ ବିକ୍ରି ହ୍ରାସ ପାଇଛି।
ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଇରାନର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାର ଥିଲା, କିନ୍ତୁ ଏହା ଯୋଗୁ ତେଲ ଦରରେ ବୃଦ୍ଧି ଗ୍ରହଣଯୋଗ୍ୟ ନୁହେଁ। ତେଣୁ ୮ଟି ଦେଶ ପାଇଁ ଇରାନରୁ ତେଲ ଆମଦାନୀ ଉପରେ କଟକଣାକୁ କୋହଳ କରାଯାଉଛି।
ଟ୍ରମ୍ପ ପ୍ରଶାସନ ୮ ଦେଶ ପାଇଁ କଟକଣା କୋଳହ କରି ଇରାନ ସରକାରଙ୍କୁ ଅଧିକ ଲାଭ ଦେବା ସପକ୍ଷରେ ନାହାନ୍ତି। ତେଣୁ ଅଶୋଧିତ ତୈଳ ଦରରେ ଯେପରି ବୃଦ୍ଧି ନଘଟେ ସେଥିପ୍ରତି ଆମେରିକାଙ୍କ ଟ୍ରମ୍ପ ପ୍ରଶାସନ ଧ୍ୟାନ ଦେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ଫଳରେ ଭାରତ ଭଳି ଅନ୍ୟ ଦେଶଗୁଡ଼ିକ କମ୍‍ ମୂଲ୍ୟରେ ଅଶୋଧିତ ତେଲ ପାଇବେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଇରାନଠାରୁ ତେଲ କିଣାରେ ୭ ନିୟୁତ ଟନ୍‍ କାଟ୍‍ କରାଯିବ ବୋଲି ଆମେରିକା ଆଗରେ ଭାରତ ପ୍ରସ୍ତାବ ରଖିଛି। ସେହିପରି ଅନ୍ୟ ଦେଶଗୁଡ଼ିକ ଆମେରିକା ଆଗରେ ଇରାନଠାରୁ ତେଲ କିଣାରେ କାଟ୍‍ ପ୍ରସ୍ତାବ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚୀନ ପରେ ଭାରତ ହେଉଛି ଇରାନଠାରୁ ଦ୍ୱିତୀୟ ସର୍ବାଧିକ ତେଲ ଆମଦାନୀ କରୁଥିବା ଦେଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories