www.samajalive.in
Sunday, December 7, 2025
23.1 C
Bhubaneswar

ରୁଷର ୪ ବୋମା ବର୍ଷଣକାରୀ ଯୁଦ୍ଧ ବିମାନକୁ ଆଲାସ୍କାରେ ଅଟକାଇଲେ ଆମରିକାର ଗୁପ୍ତ ଯୁଦ୍ଧ ବିମାନ

ୱାଶିଂଟନ : ଆମେରିକାର ୟୁଏସ୍‍ ଏଫ-୨୨ ଗୁପ୍ତ ଯୁଦ୍ଧ ବିମାନ ଆଲାସ୍କା ଉପକୂଳରେ ରୁଷର ୪ଟି ବୋମା ବର୍ଷଣକାରୀ ଏସ୍‍ୟୁ-୩୫ ଯୁଦ୍ଧ ବମାନକୁ ଅଟକାଇଛନ୍ତି। ନର୍ଥ ଆମେରିକାନ ଏରୋସ୍ପେସ୍‍ ଡିଫେନ୍ସ କମାଣ୍ଡ (ଏନଓଆରଏଡି) ଏହି ସୂଚନା ଦେଇଛି।
ପରମାଣୁ ବୋମା କ୍ଷମତାଧାରୀ ରୁଷର ଏହି ଯୁଦ୍ଧ ବିମାନ ମଙ୍ଗଳବାର ଆଲାସ୍କା ପଶ୍ଚିମ ଉପକୂଳରେ ଉଡୁଥିଲେ। ରୁଷର ଏସ୍‍ୟୁ-୩୫ ଓ ଟିୟୁ ୯୫ର ବୋମା ବର୍ଷଣକାରୀ ୪ଟି ବିମାନ ଆଲସ୍କା ବାୟୁ ସୀମା ନିକଟରେ ପହଞ୍ଚିବା ମାତ୍ରେ ଆମେରିକାର ଏନଓଆରଏଡି ସତର୍କ ଘଣ୍ଟି ବଜାଇଥିଲା। ଏହାପରେ ଆମେରିକାର ୟୁଏସ୍‍ ଏଫ-୨୨ ଗୁପ୍ତ ଯୁଦ୍ଧ ବିମାନ, ଇ-୩୫ ପର୍ଯ୍ୟବେକ୍ଷଣ ବିମାନ ରୁଷର ୪ ଯୁଦ୍ଧ ବିମାନକୁ ପିଛା କରି ଅଟକାଇଥିଲେ। ରୁଷର ଯୁଦ୍ଧ ବିମାନ ଆମେରିକା କିମ୍ବା କାନାଡାର ବାୟୁ ସୀମାକୁ ଉଲ୍ଲଙ୍ଘନ କରିନଥିଲେ ବୋଲି କୁହାଯାଇଛି। ରୁଷର ଯୁଦ୍ଧ ବିମାନ ବାରମ୍ବାର ଆଲାସ୍କା ଉପକୂଳରେ ଉଡୁଥିବା ନେଇ ଆମେରିକା ଚିନ୍ତା ବ୍ୟକ୍ତ କରିଛି। ଅପରପକ୍ଷରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରୁଷର ଏସ୍‍ୟୁ-୩୫ ଓ ଟିୟୁ ୯୫ ବୋମା ବର୍ଷଣକାରୀ ୪ଟି ବିମାନ ଆଲାସ୍କା ପଶ୍ଚମ ଉପକୂଳ ନିକଟ ଚୁକୋଟକା, ବେରିଂ ଏବଂ ଓଖୋଟସ୍କ ସମୁଦ୍ର ଉପରେ ପରିକ୍ରମା କରୁଥିଲା। ରୁଷର ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ଅନ୍ତର୍ଜାତୀୟ ବାୟୁ ସୀମା ଉଲ୍ଲଙ୍ଘନ କରିନାହାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories