www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଭୟ: ୟୁରୋପୀୟଙ୍କ ପ୍ରବେଶ ଉପରେ ଆମେରିକାର କଟକଣା

ବ୍ୟାଙ୍କକ୍‌: ସାରା ବିଶ୍ବ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଲଢେଇ ଜାରି ରଖିଛି। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ନିଜର କାୟା ବିସ୍ତାର କରି ସାରା ବିଶ୍ବକୁ ଗ୍ରାସ କରିସାରିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ସେହିଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସବୁ ଦେଶରେ ଜନସାଧାରଣଙ୍କ ପରିଭ୍ରମଣ କଟକଣା ଲାଗୁ କରାଯାଇଛି। ଏହା ସହ ପ୍ରାୟ ସବୁ ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ  କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରାଯାଇପାରିବ ବୋଲି କୁହାଯାଇଛି।

ୟୁରୋପୀୟ ଦେଶଗୁଡ଼ିକ ପାଇଁ ଆମେରିକାକୁ ପ୍ରବେଶ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଷେଧାଦେଶ ଜାରି କରିଛନ୍ତି। ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରି କୁଓମୋ କହିଛନ୍ତି ଯେ ସେମାନଙ୍କ ରାଜ୍ୟ ଯେକେହି ଆସନ୍ତୁ ସେମାନଙ୍କୁ ୨୪ଦିନ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ଅନ୍ୟଥା ଦେଶରେ ପ୍ରବେଶ ପାଇଁ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ। କାରଣ ବାହାର ରାଜ୍ୟ କିମ୍ବା ଦେଶରୁ ଆସୁଥିବା ବ୍ୟକ୍ତିଙ୍କଠାରେ ଅଧିକ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି। ଆରିଜୋନା, କାଲିଫର୍ଣ୍ଣିଆ, ମିସିସିପ୍ପି, ନେଭେଡା, ଟେକ୍ସା, ଓକ୍‌ଲାହୋମା ଆଦି ଦେଶରେ ମଧ୍ୟ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି। ଉତ୍ତର କାଲିଫର୍ଣ୍ଣିଆ ରାଜ୍ୟପାଳ ରୟ କପ୍ପର କହିଛନ୍ତି ଯେ ସର୍ବସାଧାରଣକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଅନ୍ୟଥା ସେମାନଙ୍କୁ କରୋନା ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯିବ।

- Advertisement -

ଫ୍ଲୋରିଡାର ବିଭିନ୍ନ ସହର ଓ ଅଞ୍ଚଳରେ ଅଧିକ ସଂଖ୍ୟକ ମାସ୍କ ବ୍ୟବହାର କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେବା ଭଳି ମାସ୍କ ପରିଧାନ କରିବାକୁ ନେଭଡା ରାଜ୍ୟପାଳନିର୍ଦେଶ ଦେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ କାସିନୋ, ରେଷ୍ଟୁରାଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ନେଇ କଟକଣା ଜାରି କରିଛନ୍ତି। ବର୍ତ୍ତମାନ ସାରା ବିଶ୍ବରେ ୯.୪ ମିଲିୟନ୍‌ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦୦,୦୦୦ଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି। ତେବେ ସାମୁହିକ ଭାବେ ମାସ୍କ ପିନ୍ଧିଲେ କରୋନାକୁ ଶୀର୍ଷରେ ପହଞ୍ଚାଇବା ନେଇ ରୋକାଯାଇପାରିବ ବୋଲି ବିଶ୍ବସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ଡ.ମାଇକେଲ୍‌ ରିଆନ୍‌ କହିଛନ୍ତି।

ଗୁରୁବାର ଇଣ୍ଡୋନେସିଆରେ ୫୦,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେହିପରି ଘରକୁ ଘର ବୁଲି କରୋନା ପରୀକ୍ଷା କରାଯିବା ପରେ ମେଲ୍‌ବର୍ଣ୍ଣରେ ୧,୦୦,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ନୂଆଦିଲ୍ଲୀରେ ୭୦,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏଠାରେ ରୋଗୀଙ୍କୁ ଚିକିତ୍ସା କରାଯିବା ପାଇଁ ହସ୍‌ପିଟାଲ୍‌ଗୁଡ଼ିକରେ ବେଡ୍‌ ଅଭାବ ପରିଲକ୍ଷିତ ହୋଇଛି। ଆଜି ଭାରତରେ ସର୍ବାଧିକ ୧୬,୯୨୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୧୦୩ ରହିିଛି ଏବଂ ସେଥିମଧ୍ୟରୁ ପ୍ରାୟ ୧୫୦୦୦ଙ୍କ ମୃତ୍ୟୁ ହୋଇଛି। କମ୍‌ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରାଯାଉଥିବାରୁ ସାରା ବିଶ୍ବରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ରହିଥିବା ଆକଳନ କରାଯାଇଛି। ଯାହା ବିଶ୍ବ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି।
ଗତବର୍ଷ ଚୀନ୍‌ରୁ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ କରାଯାଇଥିବାବେଳେ ଏହା ପରବର୍ତ୍ତୀ ସମୟରେ ସାରା ବିଶ୍ବକୁ ବ୍ୟାପୀ ଯାଇଛି। ତେବେ ଚୀନ୍‌ ରାଜଧାନୀ ବେଜିଂରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଦେଶରେ ଗଣ ପରୀକ୍ଷା କରାଯାଇଥିବାବେଳେ ମାତ୍ର ୧୯ଜଣଙ୍କଠାରେ କରୋନା ପଜିଟିଭ୍‌ ଦେଖିବାକୁ ମିଳିଥିଲା। ତେବେ ଦକ୍ଷିଣ କୋରିଆ, ଦୁବାଇ, ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ କରୋନା ସଂକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏସବୁ ଦେଶରେ କରୋନା ସଂକ୍ରମଣ କିଭଳି ରୋକାଯାଇପାରିବ ସେଥିପାଇଁ ଏବେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଏବେ ବିଭିନ୍ନ ଦେଶଗୁଡ଼ିକୁ ପରିଭ୍ରମଣରେ ଯିବା ପାଇଁ କଟକଣା ଜାରି ସାଙ୍ଗକୁ ମାସ୍କ ପିନ୍ଧିବା ନେଇ ବାଧ୍ୟତାମୂଳକ କରାଯାଇଛି। ଜରୁରୀ କାମ ନଥିଲେ ବିଭିନ୍ନ ସହର, ବଜାର କିମ୍ବା ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଗସ୍ତ ଉପରେ ରୋକ୍‌ ଲଗାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories