www.samajalive.in
Sunday, December 14, 2025
17.1 C
Bhubaneswar

ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ ପାକିସ୍ତାନକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟ ଚଳାଉଥିବା ସଙ୍ଗଠନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ପାକିସ୍ତାନକୁ କହିଛି। ଭାରତଦ୍ୱାରା ପାକିସ୍ତାନସ୍ଥିତ ଆତଙ୍କବାଦୀ ତାଲିମ୍‍ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ ପରେ ଉତ୍ତେଜନା ସୃଷ୍ଟି ହେଲାଭଳି କୌଣସି ପଦକ୍ଷେପ ନ ନେବାକୁ ଆମେରିକା ଚେତାବନୀ ଦେଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‍ ପମ୍ପିଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସିଙ୍କୁ ଟେଲିଫୋନ୍‍ କରି ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏକ ପୃଥକ୍‍ ଟେଲିଫୋନ୍‍ କଥାବର୍ତ୍ତାରେ ଶ୍ରୀ ପମ୍ପିଓ ଆମେରିକା ଓ ଭାରତ ମଧ୍ୟରେ ଥିବା ଘନିଷ୍ଠ ସାମରିକ ଭାଗିଦାରୀ ବିଷୟରେ ଜଣାଇଛନ୍ତି ଏବଂ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ବିଷୟ କହିଛନ୍ତି। ପୂର୍ବରୁ ଆମେରିକା ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍‍ ବୋଲ୍‍ଟନ୍‍ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋବାଲ୍‍ଙ୍କ ସହ କଥାବାର୍ତ୍ତା କରି ଆତ୍ମରକ୍ଷା ପାଇଁ ଭାରତର ଅଧିକାରକୁ ସମର୍ଥନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories