www.samajalive.in
Sunday, December 14, 2025
26.1 C
Bhubaneswar

ଭାରତଠୁ ଚିନି କିଣିଲା ଇରାନ

ମୁମ୍ବଇ : ଭାରତଠାରୁ ଇରାନ ଚିନି କିଣିଛି ଓ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରୁ ଚିନି ରପ୍ତାନୀ ଆରମ୍ଭ ହେବ ବୋଲି ବାଣିଜ୍ୟ ସୂତ୍ରରୁ ଜାଣିବାକୁ ମିଳିଛି। ଆମେରିକାର କଟକଣା ଯୋଗୁଁ ଇରାନ ବ୍ୟାପାର ନେଣଦେଣ କ୍ଷେତ୍ରରେ ଆମେରିକା ଡଲାର ବ୍ୟବହାର କରିପାରୁନାହିଁ। ଏପଟେ ଟଙ୍କା ନେଇ ତେଲ ଦେବାକୁ ଇରାନ ଓ ଭାରତ ମଧ୍ୟରେ ଏକ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଇରାନ ଟଙ୍କା ନେଇ ଭାରତକୁ ତେଲ ଦେବ ଓ ସେହି ଟଙ୍କାରେ ଭାରତୀୟ ସାମଗ୍ରୀ କିଣି ପାରିବ। ଚିନି ନେବା ପାଇଁ ଇରାନ ଭାରତର କେତେକ ବାଣିଜ୍ୟିକ ସଂସ୍ଥାକୁ ଯୋଗାଯୋଗ କରିଛି। ମାର୍ଚ୍ଚ ଓ ଏପ୍ରିଲ ମାସରେ ଇରାନ ୧୫୦,୦୦୦ ଟନ୍‍ ଚିନି ପାଇଁ ବରାଦ ଦେଇଛି। ବରାଦ ଅନୁସାରେ ପ୍ରତି ଟନ୍‍ ଚିନି ପାଇଁ ଇରାନ ୩୦୫ ଡଲାର ଦେବ। ୟୁକୋ ବ୍ୟାଙ୍କ ଜରିଆରେ ଉଭୟ ଦେଶ ମଧ୍ୟରେ ତେଲ ବ୍ୟାପାର ହେଉଛି। ଇରାନ ଏହି ଟଙ୍କାରେ ଭାରତୀୟ ସାମଗ୍ରୀ କିଣିବା ଆରମ୍ଭ କରିଛି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories