ମାର୍ଚ୍ଚ ୫କୁ ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି

0

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମ୍‍କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‍ ଏ.କେ ସିକ୍ରି ଅନୁପସ୍ଥିତ ଥିବା କାରଣରୁ ମାମଲାର ଶୁଣାଣି ବୁଧବାର ହୋଇପାରି ନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‍ କ୍ୟୁରି ରଂଜିତ କୁମାର ମଧ୍ୟ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫେବୃଆରୀ ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆସି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ତେଣୁ ରିପୋର୍ଟ ପ୍ରସ୍ତୁତ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କହିଛନ୍ତି। ମାର୍ଚ୍ଚ ୫ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମୟରେ ସେ ତାଙ୍କ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି।

Leave A Reply