www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନର ୫ ସାମରିକ ଶିବିର ନଷ୍ଟ କଲା ଭାରତ

କାଶ୍ମୀର : ପାକିସ୍ତାନ ସନା ଜାମ୍ମୁର ରାଜୌରୀ ଏବଂ ପୁଞ୍ଚରେ ବୁଧବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ପରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଗୁଳଗୋଳା ବିନିମୟରେ ପାକିସ୍ତାନର ୫ଟି ସେନା ଶିବିର ନଷ୍ଟ ହୋଇଯାଇଛି। ଭାରତୀୟ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାର ୧୨ରୁ ୧୫ଟି ସ୍ଥାନରେ ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକିସ୍ତାନ ସେନା ପକ୍ଷରୁ ଗୁଳି ସହ ମୋର୍ଟାର ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯଇଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର କେତେକ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୫ଟି ସେନା ଶିବିର ନଷ୍ଟ ହୋଇଯାଇଛି। ଗୁଳି ବିନିମୟରେ ଭାରତର ୫ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଅବସ୍ଥା ବିପଦମୁକ୍ତ ରହିଛି। ଭାରତୀୟ ସେନାର ଗୁଳିଗୋଳା ମାଡ଼ରେ ପାକିସ୍ତାନର ସୁନ୍ଦେରବାନି ପାଲି ଆଲା ସେକ୍ଟରରେ ବହୁ କ୍ଷୟକ୍ଷତି ଘଟିଛି। ରାଜୌରୀ ସେକ୍ଟରରେ ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି। ସେହିପରି ଉରୀ ଅଞ୍ଚଳରେ ପାକିସ୍ତାନ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories