www.samajalive.in
Sunday, December 14, 2025
14.1 C
Bhubaneswar

ପୁଲଓ୍ୱାମା ଆକ୍ରମଣ: ଜୈଶର ସମ୍ପୃକ୍ତି ବିଷୟରେ ପାକିସ୍ତାନକୁ ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ ..- ପୁଲଓ୍ୱାମା ଆକ୍ରମଣ ସମ୍ପର୍କରେ ପାକିସ୍ତାନକୁ ଭାରତ ପକ୍ଷରୁ ପ୍ରମାଣ ଦିଆଯାଇଛି ।  ପାକିସ୍ତାନରେ ଶରଣ ନେଇଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଏହି ଆକ୍ରମଣର ଯୋଜନା କରାଇଥିଲେ  ସେ ସମ୍ପର୍କରେ ପ୍ରମାଣ ଦିଆଯାଇଛି ।  ପାକିସ୍ତାନରେ ଜୈଶ-ଏ-ମହମ୍ମଦର ଥିବା ଆତଙ୍କବାଦୀ ଶିବିର ଓ ତାଙ୍କ ନେତାଙ୍କ ବିଷୟରେ ପ୍ରମାଣ ଦେଇଛି ।

ଭାରତରେ ଥିବା ପାକିସ୍ତାନ ଉପ ଉଚ୍ଚାୟୁକ୍ତ ସୟିଦ ହାଇଦର ଶାହାଙ୍କୁ ଏହି ପ୍ରମାଣ ପ୍ରଦାନ କରାଯାଇଛି । ବିଦେଶମନ୍ତ୍ରାଳୟ ପକ୍ଷରୁ ସମନ କରାଯିବା ପରେ ସେ ସେଠାରେ ଉପସ୍ଥିତ  ହୋଇଥିଲେ। ଏହି ସମୟରେ ସମସ୍ତ ପ୍ରମାଣସହ ପାକିସ୍ତାନ ବାୟୁସେନା ଭାରତର ଆକାଶ ସୀମା ଉଲ୍ଲଘଂନ କରିବା ସହ  ଭାରତୀୟ ସେନା ଶିବିରକୁ ଲକ୍ଷ୍ୟ କରି ବୋମା ମାଡ କରିଥିବା ସୂଚାଇ ଦିଆଯାଇଛି ।

- Advertisement -

ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଡା ତାଗିଦ୍‌ କରିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories