www.samajalive.in
Sunday, December 7, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ର ପ୍ରଥମ ଗୀତ: ପ୍ରଭୁଙ୍କ ସାମ୍ନାରେ ଫିକା ପଡ଼ିଲେ ବରୁଣ

ମୁମ୍ବଇ: ବରୁଣ ଧାୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ର ପ୍ରଥମ ଗୀତ ଶନିବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ମୁକାବଲା…’। ଏହା ହେଉଛି ୯୦ ଦଶକର ଲୋକପ୍ରିୟ ଗୀତ ‘ମୁକାବଲା’ର ରିମେକ୍‍। ୟଶ ନର୍ଭେକର ଓ ପରମ୍ପରା ଠାକୁର ଏଥିରେ କଣ୍ଠଦାନ କରିଛନ୍ତି। ଏହାର ଗୀତିକାର ହେଉଛନ୍ତି ଶବୀର ଅହମଦ ଓ ତନିଷ୍କ ବାଗଚୀ।
ଗୀତରେ ବରୁଣ ଓ ପ୍ରଭୁ ଦେବାଙ୍କ ମଧ୍ୟରେ ନୃତ୍ୟ ପ୍ରତିଦ୍ୱନ୍ଦୀତା ଦେଖିବାକୁ ମିଳିଛି। ପ୍ରଭୁ ଦେବା ପୁଣି ଖୁବ୍‍ ସୁନ୍ଦର ଡାନ୍ସ କରୁଥିବା ନଜର ଆସିଛନ୍ତି। ଅନ୍ୟ ପକ୍ଷରେ ବରୁଣ ମଧ୍ୟ ତାଙ୍କୁ ଟକ୍କର ଦେବାକୁ ଜୋରଦାର ଚେଷ୍ଟା କରୁଛନ୍ତି। ମାତ୍ର ପ୍ରଭୁଙ୍କ ସାମ୍ନାରେ ସେ ସାମାନ୍ୟ ଫିକା ପଡ଼ିଯାଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ନୃତ୍ୟଶିଳ୍ପୀମାନେ ମଧ୍ୟ ବହୁତ ଭଲ ନୃତ୍ୟ କରିଛନ୍ତି। ଲୋକେ ଗୀତକୁ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଗୀତକୁ ନେଇ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ନକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ ଏକ ନୃତ୍ୟ ପ୍ରତିଦ୍ୱନ୍ଦୀତାର କାହାଣୀ ଉପରେ ଆଧାରିତ। ଏଥିରେ ବରୁଣ ଓ ଶ୍ରଦ୍ଧାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ପ୍ରଭୁ ଦେବା ଏଥର ଶ୍ରଦ୍ଧାଙ୍କ ଦଳରେ ଅଛନ୍ତି। ଆସନ୍ତା ୨୪ ଜାନୁଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories