www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ତରପ୍ରଦେଶ : ୮ଟି ସ୍ଥାନରେ ହେବ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ୮ଟି ସ୍ଥାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରାଯିବ। ଅନ୍ୟ ପକ୍ଷରେ ବାଜପେୟୀଙ୍କ ଅସ୍ଥିକଳଶ ଶୋଭାଯାତ୍ରା ଅଯୋଧ୍ୟା, ମଥୁରା, କାଶୀ ସମେତ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା ପରିକ୍ରମା କରିବ ବୋଲି ସ୍ଥିର ହୋଇଛି।

- Advertisement -

ରାଜ୍ୟ ସରକାରଙ୍କ ପକ୍ଷରୁ ଚିତାଭସ୍ମ ବିସର୍ଜନ କରାଯିବାକୁ ଥିବା ସ୍ଥାନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଉତ୍ତରପ୍ରଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କର୍ମଭୂମି ଥିଲା ଏବଂ ରାଜ୍ୟର ଅଧିକାଂଶ ସ୍ଥାନ ସହିତ ବାଜପେୟୀଙ୍କର ନିବିଡ଼ ସଂପର୍କ ରହିଥିଲା ବୋଲି ଲକ୍ଷ୍ନୌଠାରେ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି।ତେଣୁ ଗଙ୍ଗାନଦୀର ବାରଣାସୀ, ଲକ୍ଷ୍ନୌ ନିକଟସ୍ଥ ଗୋମତୀ ନଦୀ, ଆଗ୍ରା ନିକଟସ୍ଥ ଯମୁନା ଓ ଚମ୍ବଲ, ଘାଗରା, ରୋହଣୀ ଏବଂ ଗୋରଖପୁର ନିକଟସ୍ଥ ରାପ୍ତି ନଦୀ ଏବଂ ଆଲିଗଡ଼ ଦେଇ ଯାଇଥିବା କାରୱାନ ନଦୀ ଆଦି ସମସ୍ତ ନଦୀରେ ଚିତାଭସ୍ମ ବିସର୍ଜନ କରାଯିବ। ତେବେ ଏଥି ପାଇଁ ତାରିଖ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇ ନାହିଁ। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜାଳି ଜଣାଇବା ଏବଂ ତାଙ୍କ ସ୍ୱୃତିକୁ ଉଦ୍‍ଜୀବତ କରି ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories