www.samajalive.in
Monday, December 15, 2025
15.1 C
Bhubaneswar

ପ୍ରିୟଙ୍କା-ନିକ୍‍ଙ୍କ ନିର୍ବନ୍ଧ ଶେଷ : ଖୁବ ଶୀଘ୍ର ବିବାହ

ନୂଆଦିଲ୍ଲୀ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନାସ୍‍ଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ଶନିବାର ସେମାନେ ନିଜ ପ୍ରେମକୁ ବିଧିବଦ୍ଧ ସମ୍ପର୍କର ମାନ୍ୟତା ଦେଇଛନ୍ତି। ନିଜନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପୂର୍ବାହ୍ଣରେ ଉଭୟଙ୍କ ରୋକା ଏବଂ ନିର୍ବନ୍ଧ ଶେଷ ହୋଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଏକ ବିଳାଶପୂର୍ଣ୍ଣ ନୈଶ୍ୟଭୋଜିରେ ନିକ୍‍ଙ୍କୁ ନିଜ ବନ୍ଧୁ ପରିଜନଙ୍କ ସହିତ ସାକ୍ଷାତ କରାଇଛନ୍ତି ପ୍ରିୟଙ୍କା। ନିକ୍‍ ଏବଂ ପ୍ରିୟଙ୍କାଙ୍କ ମାତାପିତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନିର୍ବନ୍ଧକୁ ପ୍ରିୟଙ୍କା ୨୦୦ ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକାରୁ ଆସିଥିବାରୁ ସେମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲରେ ୨୦୦ଟି କୋଠରି ବୁକିଂ କରାଯାଇଥିଲା। ରଣବୀର ସିଂହ, କରଣ ଜୋହର, ମନିଷ ମାଲହୋତ୍ରା, ସୋଫି ଚୌଧୁରୀ ଏବଂ ରବିନା ଟଣ୍ଡନ୍‍ଙ୍କ ଭଳି ସିନେଜଗତର ବହୁ ତାରକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିର୍ବନ୍ଧରେ ଯୋଗଦେବା ନିମନ୍ତେ ମାତା ଡେନିସ୍‍ ମିଲର୍‍ ଜୋନାସ୍‍ ଏବଂ ପିତା ପଲ୍‍ କେଭିନ୍‍ ଜୋନାସ୍‍ ଶୁକ୍ରବାର ରାତିରେ ଭାରତରେ ପହଞ୍ଚିଥିଲେ।
ତେବେ ଖୁବ ଶ୍ରୀଘ୍ର ବିବାହ ତାରିଖ ଘୋଷଣା କରାଯିବ। ଅନ୍ୟପକ୍ଷରେ ଭାରତ କିମ୍ବା ଆମେରିକାରେ ବିବାହ ଅନୁଷ୍ଠିତ ହେବ ସେ ନେଇ ପରେ ସୂଚନା ଦିଆଯିବ ବୋଲି ପ୍ରିୟଙ୍କା ଙ୍କ ପରିବାର ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories