ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶିତ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ୧୦ ପ୍ରାର୍ଥୀଙ୍କ ନାମ ରହିଛି । ପ୍ରାର୍ଥୀଙ୍କ ମଧ୍ୟରେ ମହେନ୍ଦ୍ର ସିଂହ, ମୋହସିନ ରଜା, ସରୋଜିନି ଅଗ୍ରୱାଲ, ବୁକ୍କଳ ନବାବ, ଯଶବନ୍ତ ସିଂହ, ଜୟବିର ସିଂହ, ବିଦ୍ୟାସାଗର ସୋନକର, ବିଜୟ ବାହାଦୁର ପାଠକ, ଅଶୋକ କଟାରିଆ ଏବଂ ଅଶୋକ ଧାୱାନଙ୍କ ନାମ ରହିଛି । ଏହି ତାଲିକାରେ ସପା ତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ପ୍ରାୟ ପ୍ରାର୍ଥୀଙ୍କ ନାମ ରହିଛି । ପ୍ରକାଶ ଯେ ଉତ୍ତର ପ୍ରଦେଶ ବିଧାନ ପରିଷଦର ୧୩ ଆସନ ପାଇଁ ଅପ୍ରେଲ ୨୬ରେ ନିର୍ବାଚନ ହେବ । ଏଥି ନିମନ୍ତେ ଅପ୍ରେଲ ୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅପ୍ରେଲ ୧୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ୧୧ଟି ଓ ବିରୋଧୀ ମେଣ୍ଟ ୨ଟି ଆସନରେ ବିଜୟଲାଭ କରିବେ ବୋଲି କୁହାଯାଉଛି ।

Leave A Reply