BJD Bijuli 480×75 Mob

ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ; ୧୦ ଗିରଫ

BJD Bijuli 480×75 Mob
0

ଲକ୍ଷ୍ନୌ : ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଅଭିଯୋଗରେ ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍‌) ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ୧୦ ଜଣଙ୍କୁ ଗିରଫ କରିଛି । ଏହି ମାମଲରେ ଆଉ କେତେକଙ୍କୁ ଧରିବା ପାଇଁ ଏଟିଏସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଉତ୍ତର ପ୍ରଦେଶ ଟିଏମ୍‌ସି କିମ୍ବା ପୁଲିସ୍‌ ଅଧିକାରୀଙ୍କଠାରୁ ଏନେଇ କୌଣସି ସୂଚନା ମିଳିନାହିଁ । ଗିରଫ ବ୍ୟକ୍ତିମାନେ ଉତ୍ତର ପ୍ରଦେଶର ଗୋରଖପୁର, ପ୍ରତାପଗଡ଼, ଲକ୍ଷ୍ନୌ ଏବଂ ମଧ୍ୟପ୍ରଦେଶର କେତେକ ସହର ନିବାସୀ ବୋଲି ଜାଣିବାକୁ ମିଳିଛି । ଗିରଫ ବ୍ୟକ୍ତିଙ୍କୁ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣକୁ ନେଇ ଜେରା କରାଯିବ । ଏମାନଙ୍କ ମଧ୍ୟରୁ କେତେକ ଲୋକେ ଆଇଏସ୍‌ଆଇ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply