ନିଜେ ପାଠ ପଢିଥିବା ସ୍କୁଲକୁ ଯାଇ ଶିକ୍ଷକ ଓ ପିଲାଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ନିଜେ ପିଲାବେଳେ ପାଠ ପଢିଥିବା ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ୧୯୭୨ ମସିହାରୁ ୧୯୭୭ ମସିହା ଯାଏଁ ଏହି ସ୍କୁଲରେ ପାଠ ପଢୁଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ପିଲାଦିନ ସ୍କୁଲ ଯାଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍କୁଲର ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।
‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’କୁ ଆସି ସେ ବହୁତ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ ଟ୍ବିଟ କରି କହିଛନ୍ତି । ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସେ ଆଜି ଯେଉଁଠି ବି ପହଞ୍ଚିଛନ୍ତି ତାହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଏହି ସ୍କୁଲ ତାଙ୍କ ପାଇଁ ମନ୍ଦିର ତୁଲ୍ୟ । ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ଅନେକ ସ୍ମୃତି ଉଜ୍ଜିବୀତ ହେଲା, ଯାହା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି।
Comments are closed.