www.samajalive.in
Monday, December 15, 2025
14.1 C
Bhubaneswar

ଗବେଷଣା କ୍ଷେତ୍ରରେ ସୁଦୃଢ଼ ହେବ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅଷ୍ଟ୍ରେଲିଆର ଶ୍ରେଷ୍ଠ ଗ୍ରୁପ୍ ଅଫ୍ ୮ (ଜିଓ ୮) ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତଙ୍କ ସହ ଆଲୋଚନା କରିଛନ୍ତି। ଗବେଷଣା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କକୁ ଅଧିକ ମଜବୁତ୍ କରାଯାଇ ଉଭୟ ଦେଶ ଏବଂ ବିଶ୍ୱର କଲ୍ୟାଣ ଓ ସମୃଦ୍ଧି ପାଇଁ ଥିବା ନୂତନ ସମ୍ଭାବନା ଉପରେ ଶ୍ରୀ ପ୍ରଧାନ ଏହି ଆଲୋଚନା କାଳରେ ମତପ୍ରକାଶ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ତମ ସ୍ୱାଧୀନତା ଦିବସରେ ନିଜ ଅଭିଭାଷଣରେ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନର ନାରା ସହ ଜୟ ଅନୁସନ୍ଧାନର ମନ୍ତ୍ରକୁ ଯୋଡ଼ିଛନ୍ତି। ଆଗାମୀ ଦଶନ୍ଧିରେ ଭାରତର ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ ଭାବରେ ଜୟ ଅନୁସନ୍ଧାନ ମନ୍ତ୍ର ଉଭା ହେବ। ଚଳିତ ଦଶନ୍ଧି ମଧ୍ୟରେ ଭାରତ ଆତ୍ମନିର୍ଭର ହେବା ସହ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରସର ହେବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବା ପାଇଁ ପ୍ରତିବଦ୍ଧ। ଭାରତ ସହ ଗବେଷଣା କ୍ଷେତ୍ରରେ ସହଯୋଗକୁ ମଜବୁତ୍ କଲେ ସମସ୍ତଙ୍କ ପାଇଁ ଲାଭଦାୟକ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗବେଷଣା କ୍ଷେତ୍ରରେ ଏକ ସଶକ୍ତ ଭାଗିଦାରୀ ରହିଛି। ଉଭୟ ରାଷ୍ଟ୍ରର ପ୍ରାଥମିକତାକୁ ପୂରଣ କରିବା ଏବଂ ବୈଶ୍ୱିକ ଆହ୍ୱାନକୁ ସମାଧାନ କରିବା ପାଇଁ ନୂଆ ସୁଯୋଗକୁ ଆପଣାଇବା ସଙ୍ଗେସଙ୍ଗେ ଗବେଷଣା କ୍ଷେତ୍ରରେ ସହଯୋଗୀ ହୋଇଥିବାରୁ ଅଷ୍ଟ୍ରେଲିଆର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ସେହିପରି ମୋନାସ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆ ଭାରତ ଚାମ୍ବର ଅଫ୍ କମର୍ସ(ଏଆଇସିସି) ଦ୍ୱାରା ମେଲବୋର୍ଣ୍ଣ ଠାରେ ଆୟୋଜିତ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାଗିଦାରୀ ପାଇଁ ଉଭା ହେଉଥିବା ସୁଯୋଗ ଶୀର୍ଷକ ଆଲୋଚନା ଚକ୍ରରେ ସେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଟେଡ୍ ବାଇଲ୍ଲ୍ୟୁ, ହରିଶ ରାଓ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିନିଧି ମଣ୍ଡଳି, ମୋନାସ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ଏବଂ ଏଆଇସିସିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ ଏହି ଆଲୋଚନ ଚକ୍ରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରମାଣଭିତ୍ତିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ମାନବତାର ପ୍ରଗତି, କଲ୍ୟାଣ ତଥା ମଙ୍ଗଳକୁ ସୁନିଶ୍ଚିତ କରିବା ପାଇଁ ‘ଲ୍ୟାବ-ଟୁ-ଲ୍ୟାଣ୍ଡ’ ଏବଂ ‘ଲ୍ୟାଣ୍ଡ-ଟୁ-ଲ୍ୟାବ’ ମନ୍ତ୍ର ଦେଇଛନ୍ତି। ଭାରତ ସବୁ ସ୍ତରରେ ଜିଜ୍ଞାସାରୁ ପ୍ରେରିତ ଗବେଷଣା ଓ ନବସୃଜନକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଅଛି। ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ ପାଇଁ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ସେ ଆହ୍ୱାନ କରିଛନ୍ତି। ଏହା ଦ୍ୱାରା ଉଭୟ ଭାରତ ଓ ଅଷ୍ଟ୍ରେଲିଆର ନାଗରିକମାନେ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଲବୋର୍ଣ୍ଣ ଠାରେ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି। ସେମାନଙ୍କ ଅଷ୍ଟ୍ରେଲିଆ ଶିକ୍ଷାନୁଷ୍ଠାନରେ ପଢ଼ିବାର ଅଭିଜ୍ଞତା ବୁଝିବା ସହ ଭାରତକୁ ଜ୍ଞାନର ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିବାରେ ସେମାନଙ୍କର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାବ୍ୟତିତ ଭାରତରେ ଜନ୍ମିତ ଭିକ୍ଟୋରିଆ ଷ୍ଟେଟ୍ ପାର୍ଲ୍ୟାମେଣ୍ଟର ସଦସ୍ୟ କୌଶଲ୍ୟା ବାଘେଲା ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ୍ କରିଥିଲେ। ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସବୁ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories