www.samajalive.in
Monday, December 15, 2025
15.1 C
Bhubaneswar

ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା

ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ : ଡକ୍ଟର ମନସୁଖ ମାଣ୍ଡଭିୟ

‘ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ’

‘ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତା ବିକାଶ-ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ ସରକାର କାର୍ଯ୍ୟ କରୁଛନ୍ତି : ଡକ୍ଟର ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ : ଏକ ଐତିହାସିକ ନିଷ୍ପତ୍ତି କ୍ରମେ କିନ୍ନର ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍‌.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ। ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍. ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି ।

ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ । ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ  ସ୍ଥାନ ପାଇପାରିବେ। ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ମୂଳଦୁଆ ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ ।

- Advertisement -

ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ। ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ। କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି। ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ। ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ  ଉଲ୍ଲେଖନୀୟ ପଦକ୍ଷେପ । ଏହି ବୁଝାମଣାପତ୍ର ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାଶନାଲ ସେଣ୍ଟରରେ ସ୍ୱାକ୍ଷରିତ ହେବା ଏକ ବିରଳ ସଂଯୋଗ; କାରଣ ବାବାସାହେବ ଏକ ଶ୍ରେଣୀହୀନ ସମତା ଭିତ୍ତିକ ସମାଜ ଗଠନର ପ୍ରମୁଖ ସମର୍ଥକ ଥିଲେ ବୋଲି ଡଃ ମାଣ୍ଡଭ୍ୟ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତ୍ୟୋଦୟ ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଶେଷତମ ନାଗରିକର କଲ୍ୟାଣ ପାଇଁ ଅଭିପ୍ରେତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । କିନ୍ନର ସମୁଦାୟଙ୍କୁ ସମସ୍ତ ପ୍ରକାର ଅଧିକାର ପ୍ରଦାନ ସହିତ ସେମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ । ଏହି ସମୁଦାୟ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ନେଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ସ୍ୱାଗତ କରି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ କିନ୍ନର ସୁରକ୍ଷା ଓ ଅଧିକାର ଆଇନ ୨୦୧୯, ଗରିମା ଗୃହ, ପିଏମ୍ ଦକ୍ଷ ଭଳି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ସମ୍ପୃକ୍ତ ସମୁଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ ଲକ୍ଷ୍ୟ ହାସଲରେ ଏକ ସମାବେଶୀ ସମାଜ ଗଠନ ଗୁରୁତ୍ୱ ପାଇଛି । ତାହାକୁ ସାକାର କରିବାକୁ ସମାଜର ସବୁ ବର୍ଗ ସାହାଯ୍ୟ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ସରକାର ଓ ସମାଜର ମିଳିତ ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ । ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ । କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି। ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍‌ପିଟାଲରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଥିଲେ ଯେ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ହୋଇଛି । ତାଙ୍କ ମନ୍ତ୍ରଣାଳୟ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତାବିକାଶ ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସରାକର ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଏସବୁ ପଦକ୍ଷେପ ଦ୍ୱାରା ସାମାଜିକ ଦୃଷ୍ଟିରୁ ଉପେକ୍ଷିତ ଓ ବଞ୍ଚିତତ ବର୍ଗର ଲୋକମାନେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୁବିଧା ପାଇବେ ବୋଲି ସେ କହିଛନ୍ତି। ଦୁଇ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଓ କିନ୍ନର ସମୁଦାୟର ସମସ୍ୟାଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories