ସବୁ ନୃସଂଶତାର ସୀମା ପାର କଲା ଅଭିଯୁକ୍ତ: ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି କାଟିଲା, ମାଟିରେ ପୋତିଲା
ଉମରକୋଟ: ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ଘଟଣାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଅଭିଯୁକ୍ତ ସବୁ ନୃସଂଶତାର ସୀମା ପାର କରିଛି। ଯୁବତୀକୁ ହତ୍ୟା ପରେ ୩୧ ଖଣ୍ଡ କରି କାଟିବା ପରେ ଅଭିଯୁକ୍ତ ମାଟିରେ ପୋତିଥିଲେ। ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ମୁରମଡିହି ଜଙ୍ଗଲରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପୁଲିସ ଉଦ୍ଧାର କରିଛି। ଘଟଣାସ୍ଥଳରେ ରାଇଘର ଏସଡିପିଓ ଏବଂ ସାଇଟିଫିକ ଟିମର ତନାଘନା ଜାରି ରହିଛି। ରାଇଘର ଥାନା ମୁରୁମଡିହି ଗାଁରେ ଦମ୍ପତିଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହରେ ପଚରାଉଚୁରା ଜାରି ରହିଛି। ମୃତ ଯୁବତୀ ଜଣଙ୍କ ସ୍ଥାନୀୟ ତିଲାବାଇ ଗଣ୍ଡ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ଗତ ତିନି ଦିନ ହେବ ମୃତ ଯୁବତୀ ତିଲାବାଇ ଗଣ୍ଡ ନିଖୋଜ ଥିଲେ। ଶନିବାର ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟାର କାରଣ ଜଣାପଡିନଥିଲେ ସୁଦ୍ଧା ସନ୍ଦେହରେ ରାଇଘର ପୁଲିସ ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି ଯୁବତୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକ ନେଇ ସନ୍ଦେହ କରାଯାଉଥିବା ଅଭିଯୁକ୍ତଙ୍କ ଘର ଆଗରେ ପୋତିବା ପାଇଁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
Comments are closed.