www.samajalive.in
Tuesday, December 9, 2025
15.1 C
Bhubaneswar

ଥମୁନି ରୁଷ୍-ୟୁକ୍ରେନ୍ ଯୁଦ୍ଧ; ପୁଣି ଗଡ଼ିଲା ୨୫ ମୁଣ୍ଡ

କିଭ୍: ଥମୁନି ରୁଷ୍-ୟୁକ୍ରେନ୍ ଯୁଦ୍ଧ । ମାସ ମାସ ଧରି ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ରୁଷର ଆକ୍ରମଣରେ ଖିନଭିନ୍‌ ହେଉଛି ୟୁକ୍ରେନ୍ ମାଟି । ଯୁଦ୍ଧ ଯୋଗୁଁ ଉଭୟ ଦେଶର ଅନେକ ସୈନିକ ଓ ସାଧାରଣ ଲୋକଙ୍କ ଜୀବନ ଯାଉଛି । ଆଜି ପୁଣି ରୁଷର ଆକ୍ରମଣରେ ୟୁକ୍ରେନର ୨୫ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ଜାପୋରିଝଝିଆରେ ରୁଷିଆ ରକେଟ୍ ଓ ମିଜାଇଲ୍ ମାଡ଼ କରିବା ଦ୍ୱାରା ୨୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଗତକାଲି ୟୁକ୍ରେନର ୪ଟି ସହରକୁ ନିଜ ଅଧିନକୁ ନେଇଛି ରୁଷ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ଅନୁଯାୟୀ ୟୁକ୍ରେନର ଡୋନେସ୍କ, ଲୁହାନ୍ସ, ଖେରସୋନ ଓ ଜାପୋରିଝାଝିଆ ଅଞ୍ଚଳ ରୁଷ୍ ଭୂଖଣ୍ଡର ଅନ୍ତର୍ଭୁକ୍ତ ହୋଇଛି। ୟୁକ୍ରେନର ଅଞ୍ଚଳକୁ ନିଜ ଦଖଲକୁ ନେବା ପରେ ପୁଟିନ କହିଛନ୍ତି ଯେ ରୁଷ୍ ନିଜ ଭୂଖଣ୍ଡର ସୁରକ୍ଷା ନିମନ୍ତେ ପୂର୍ଣ୍ଣ ଶକ୍ତି ସହିତ ଲଢେଇ କରିବ। ଶୁକ୍ରବାର ପୁଟିନଙ୍କ ଏହି ଘୋଷଣା ରୁଷ୍-ୟୁକ୍ରେନ ଯୁଦ୍ଧର ଭୟାବହତା ବଢିବାର ସୂଚନା ମିଳିଛି।

- Advertisement -

ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇ ଆସୁଥିବା ପୁଟିନଙ୍କ ନିଷ୍ପତ୍ତିକୁ ନେଇ ବିଶ୍ବବାସୀ ଭୟଭୀତ ହୋଇପଡିଛନ୍ତି । ସେପଟେ ୟୁକ୍ରେନର ୪ ସହରକୁ ରୁଷ୍ ଭୂଖଣ୍ଡର ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗକୁ ନେଇ ୟୁଏନଏସସି ପକ୍ଷରୁ ନିନ୍ଦା କରାଯାଇଛି । ଆମେରିକା ଓ ଆଲବେନିଆ ପକ୍ଷରୁ ୟୁଏନଏସସିରେ ନିନ୍ଦା ପ୍ରସ୍ତାବ ଅଣାଯାଇଛି । ହେଲେ ଏଥି ଭୋଟିଂରୁ ଭାରତ ବିରତ ରହିଥିବା ବେଳେ, ବ୍ରାଜିଲ, ଚୀନ ଓ କାବୋନ ମଧ୍ୟ ନିଜର ମତ ରଖିନାହାନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories