୧୬ କୋଟିର ଘର କିଣି ହଟହଟା

ସମାଜ ଡିଜିଟାଲ ଡେସ୍କ:  ୧୬ କୋଟି ଟଙ୍କାରେ ଘର କିଣି ବ୍ରିଟେନର ଗୋଟିଏ ଦମ୍ପତି ହଟହଟା ହୋଇଥିବା ଖବର ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ଟିନ ଓ ସାରା ନାମକ ଗୋଟିଏ ଦମ୍ପତି ବୋଚ୍ୟମ୍‌ ମାନୋର ଅଞ୍ଚଳର ଏକ ଘରକୁ ଭାରତୀୟ ମୁଦ୍ରାରେ ୧୬ କୋଟି ଟଙ୍କା ଦେଇ କିଣିଥିଲେ। ଏହି ବିଳାସପୂର୍ଣ୍ଣ ଘର କିଣି ଶାନ୍ତିରେ ରହିବାକୁ ଦମ୍ପତି ଆଶା ରଖିଥିବା ବେଳେ ସେମାନଙ୍କ ଆଶା ଅପୂରଣୀୟ ରହି ଯାଇଥିଲା। ସେମାନେ ନିଜ ନୂଆ ଘରକୁ ଯାଇ ସେଠାକାର ଅବସ୍ଥା ଦେଖି ଚକିତ ହୋଇପଡ଼ିଥିଲେ। ପୂର୍ବତନ ମାଲିକ ଘର ଛାଡ଼ିବା ପୂର୍ବରୁ କବାଟ, ଝରକା ଆଦି କାଢ଼ି ନେଇଥିଲେ। ଏଥିସହ ସେ ଘର ଚଟାଣରେ ପଡ଼ିଥିବା ମାର୍ବଲକୁ ତାଡ଼ି ନେବା ସହ ଗାଧୁଆ ଘରେ ଲାଗିଥିବା କଳ ସହ ଅନ୍ୟାନ୍ୟ ସରଞ୍ଜାମ ଇଲେକ୍ଟ୍ରି ବଲ୍‌ବ, ସୁଇଚ ଆଦି ନେଇ ପଳାଇଥିବା ଦେଖି ମାର୍ଟିନ ଓ ସାରା ହତବାକ୍‌ ହୋଇପଡ଼ିଥିଲେ। ଏତେ ଟଙ୍କାରେ ଘର କିଣିବା ପରେ ଏହାର ନବୀକରଣ ପାଇଁ ସେମାନଙ୍କୁ ଆହୁରି ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜାଣିପାରି ମାର୍ଟିନ ଓ ସାରା ଚିନ୍ତାରେ ପଡ଼ିଛନ୍ତି।

Comments are closed.