www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ସମୟରେ ଦେଶର ମାଆ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମଆ ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଊର୍ଦ୍ଧ୍ବ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତି ଅବସରରେ ଏହି ଭିଡିଓ କନଫେରେନ୍ସ ଆୟୋଜିତ ହୋଇଯାଇଥିଲା। ଅନୁଗୁଳ ଜିଲାର ଉଜ୍ଜଳା ଲାଭାର୍ଥୀ ସନ୍ତୋଷୀ ମହାରଣାଙ୍କୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଡାଲି, ଗ୍ୟାସ, ଜନଧନରେ ଟଙ୍କା, କୃଷକ ସମ୍ମାନ ନିଧିରେ ଟଙ୍କା ମିଳିଛି କି ନାହିଁ ପଚାରିଥିଲେ। ଉତରରେ ସନ୍ତୋଷୀ ମହାରଣାଙ୍କ ପରିବାର ଏହି ସବୁର ଲାଭାର୍ଥୀ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉଜ୍ଜଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବେଦନଶୀଳ ପଦକ୍ଷେପ। ଭାରତରେ ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା। ତେବେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମହିଳାଙ୍କ କଥା ଚିନ୍ତା କଲେ ଏବଂ ତାଙ୍କ ଦୂରଦୃଷ୍ଟି କାରଣରୁ ଉଜ୍ଜଳା ଯୋଜନା ୨୦୧୬ ମଇ ପହିଲାରେ ଆରମ୍ଭ ହେଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳତାପୂର୍ବକ ୪ ବର୍ଷ ପୂରଣ କରିଥିବା ବେଳେ ଏହି ଯୋଜନାରେ ୮ କୋଟିରୁ ଊର୍ଦ୍ଧ୍ବ ଗରିବ ପରିବାରଙ୍କ ଘରେ ଗ୍ୟାସ ପହଞ୍ଚି ପାରିଛି ।

- Advertisement -

ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କରୋନା ସମୟରେ ମଧ୍ୟ ଦେଶର ଗରିବ ମାଆ ମାନଙ୍କ ଘରେ ଗ୍ୟାସ ପହଞ୍ଚାଯିବା କାମକୁ ନିଶ୍ଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୬.୨୮ କୋଟିରୁ ଊର୍ଦ୍ଧ୍ବ ଏଲପିଜି ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ବାହାର ରାଷ୍ଟ୍ରରୁ ଅଧିକ ଏଲପିଜି ଆମଦାନୀ କରାଯାଇଛି। ଦେଶର ଏଲପିଜି ଉତ୍ପାଦନକୁ ବୃଦ୍ଧି କରାଯାଇଛି ।  ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତଥା ସମସ୍ତଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି ଏବଂ ସମସ୍ତେ କରୋନା । ଆହ୍ୱାନର ମୁକାବିଲା କରିବାରେ ଲାଗିଛନ୍ତି ବୋଲି କହିବା ସହ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀ, ଗ୍ୟାସ ବିରତଣ ସଂସ୍ଥାର କର୍ମଚାରୀ, ଡେଲିଭରି ବୟଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ପ୍ରଧାନ ଉଜ୍ଜଳା ହିତାଧିକାରୀମାନଙ୍କୁ ଘରେ ମାସ୍କ ପ୍ରସ୍ତୁତ କରି ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ହାତ ଧୋଇବା ଓ ଆରୋଗ୍ୟ ସେତୁ ଆପ୍‍ ଡାଉନଲୋଡ କରିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ପରାମର୍ଶ ଦେଇଥିଲେ। ଉଲ୍ଲେଖନୀୟ ଯେ, ଏହି ଆଲୋଚନାରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉଜ୍ଜଳା ହିତାଧିକାରୀଙ୍କ ସହ କଥା ହୋଇ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ପଚାରିବୁଝିଥିଲେ। ଏହି ଆଲୋଚନାରେ ଓଡିଶା ରାଜ୍ୟ ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀମାନଙ୍କ ସହ ଶ୍ରୀ ପ୍ରଧାନ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତମ ଓ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତରେ ଗ୍ୟାସ ଯୋଗାଣ ଉପରେ ଶ୍ରୀ ପ୍ରଧାନ କଥା ହୋଇଥିଲେ।

ଓଡିଶାର ଅନୁଗୁଳ ଜିଲାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ଓ ଅନ୍ୟ ଉଜ୍ଜଳା ହିତାଧିକାରୀମାନେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ, ପୂର୍ବରୁ ସେମାନେ କାଠ ଜାଳି ଚୂଲାରେ ରୋଷେଇକରୁଥିଲେ। ଫଳରେ ସେମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା। ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି। ଉଜ୍ଜଳା ସେମାନଙ୍କ ଆଖିରୁ ଲୁହ ପୋଛିଚି। ସମୟ ବଞ୍ଚିବା ସହ ବଳକା ସମୟରେ ଅନେକ କାମ କରିପାରୁଛନ୍ତି। ବିଶେଷତଃ କରୋନା ସମୟରେ ଘରେ ମାଗଣାରେ ଗ୍ୟାସ ପହଁଚିଥିରୁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏବଂ ଗ୍ୟାସ ମନ୍ତ୍ରଣାଳୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories