BJD Bijuli 480×75 Mob

ପରଦାକୁ ଆସିଲା ‘ଉଜଡ଼ା ଚମନ’

BJD Bijuli 480×75 Mob

ମୁମ୍ବଇ : ‘ସୋନୁ କେ ଟିଟୁ କି ସ୍ୱିଟି’ ଚଳଚ୍ଚିତ୍ରରୁ ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ସନୀ ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉଜଡ଼ା ଚମନ’ ଶୁକ୍ରବାର(୧ ନଭେମ୍ବର) ମୁକ୍ତିଲାଭ କରିଛି। ମୁକ୍ତିଲାଭ ପୂର୍ବରୁ ହିଁ ଏହି ଚଳଚ୍ଚିତ୍ର ନିଜ ବିଷୟବସ୍ତୁ ଓ ଆୟୁଷ୍ମାନଙ୍କ ‘ବାଲା’ ସହ ଟକ୍କରକୁ ନେଇ ଚର୍ଚ୍ଚାରେ ରହିଛି। ୩୦ ବର୍ଷୀୟ ପ୍ରଫେସର୍‍ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ କମ୍‍ ବୟସରେ ଚନ୍ଦାପଣ ସମସ୍ୟା ଓ ତାକୁ ସହ୍ୟ କରିବାର କଷ୍ଟକୁ ପ୍ରଦର୍ଶିତ କରାଯାଇଛି। ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ତେବେ ମୁକ୍ତିଲାଭର ପ୍ରଥମ ଦିନରେ ‘ଉଜଡ଼ା ଚମନ’ ୧ ରୁ ୧.୫ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି।
କୁମାର ମଙ୍ଗତ ପାଠକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଭିଷେକ ପାଠକ ଦେଇଛନ୍ତି। ଏଥିରେ ସନୀଙ୍କ ବ୍ୟତୀତ ମାନବୀ ଗାଗରୁ, କରିଶ୍ମା ଶର୍ମା, ଐଶ୍ୱର୍ଯ୍ୟା ସଖୁଜା, ସୌରଭ ଶୁକ୍ଳା ଓ ଅତୁଲ କୁମାର ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.